କୃମି ନାଶକ କାର୍ଯ୍ୟକ୍ରମ ଶୁଭାରମ୍ଭ

 ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଜେ.ସୋନାଲ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉପସ୍ଥିତ ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କୁ ଏ ଦିଗରେ ସଚେତନ କରିବା ନିମନ୍ତେ ସେ କୃମି ନାଶକ ବଟିକା ଆଲବେଣ୍ଡାଜୋଲ ଖାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ଡ଼ ରାଜେନ୍ଦ୍ର କୁମାର ପାଣିଗ୍ରାହୀ ଦିବସର ମହତ୍ତ୍ୱ ପ୍ରତିପାଦିତ କରିବାକୁ ଯାଇ କହିଲେ ୨୦୧୫ ମସିହା ଠାରୁ ପ୍ରତିବର୍ଷ ପରି ଏହି ବର୍ଷ ଅଗଷ୍ଟ ୧୨ରେ ଜାତୀୟ କୃମି ନାଶକ ଦିବସ ପାଳନ କରାଯାଉଛି । ଯାହାର ଉଦେ୍ଦଶ୍ୟ ହେଉଛି ୧ ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ ଓ କିଶୋର କିଶୋରୀ ତଥା ୨୦ ରୁ ୨୪ ବର୍ଷ ବୟସର ସମସ୍ତ ମହିଳା ଯିଏକି (ଗର୍ଭବତୀ ଓ ପ୍ରସୂତି ହୋଇନଥିବେ) ଙ୍କୁ କୃମି ନାଶକ ବାଟିକାର ସେବନ କରାଇ ଏହି ଅଭିଯାନକୁ ସଫଳ କରାଇବା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଲୋକନାଥ ପାତ୍ର,ଡ ଶତ୍ରୁଘ୍ନ ଦାସ, ଡା. ସରୋଜ କୁମାର ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
 କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଳା ସ୍ୱାସ୍ଥ୍ୟ ସମିତି, ଆନୁକୂଲ୍ୟରେ ଜିଲ୍ଳା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ତଥା କାର୍ଯକ୍ରମ ଅଗଷ୍ଟ ୨୦୨୫ ରାଉଣ୍ଡ କେନ୍ଦ୍ରାପଡ଼ାର ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ  ନବକ୍ରିଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ୧ ରୁ ୧୯ ବର୍ଷୀୟ ଶିଶୁ ଏବଂ କିଶୋର କିଶୋରି ଏବଂ ଯୁକ୍ତ ଦୁଇ ର ଛାତ୍ର ଛାତ୍ରୀ ମାନେ କୃମିନାଶକ ସିରପ ଏବଂ ବଟିକା ସେବନ କରିବେ ।  ସେହିପରି ବିଦ୍ୟାଳୟସ୍ତରରେ ପ୍ରଥମରୁ ପଞ୍ଚମ ଶ୍ରେଣୀ, ଷଷ୍ଠ ରୁ ଦ୍ୱାଦଶ ଶ୍ରେଣୀ ପିଲାମାନେ ପ୍ରତ୍ୟେକ ଗୋଟିଏ ଲେଖାଏଁ କୃମି ନାଶକ ବଟିକା ସେବନ କରିବେ । ବୈଠକରେରେ ଜିଲ୍ଲା ମୁଖ୍ୟ ଚିକିସôା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ମନୋରଞ୍ଜନ ରାଉତ ସ୍ୱାଗତ ଅଭିଭାଷଣ ପ୍ରଦାନ ରଖିଥିଲେ । ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ସଚ୍ଚିଦାନନ୍ଦ ମିଶ୍ର,  ଡ. ଶ୍ୟାମସୁନ୍ଦର ଟୁଡୁ, ଏ ଡି ଏମ ଓ ମେଡିକାଲ ଡ. ପ୍ରମୋଦ କୁମାର ପ୍ରହରାଜ, ପ୍ରଶାସନିକ ଅଧିକାରୀ ଦିଲିପ କୁମାର ନାୟକ, ଫାଇନାନ୍ସିଆଲ୍ ଅଫିସର ଆଶୁତୋଷ ତ୍ରିପାଠୀ, ଡିପିଏମ ଡ.ମନୋରଞ୍ଜନ ସାହୁଙ୍କ ସମେତ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଇନ୍ ଚାର୍ଜ ଉପସ୍ଥିତ ଥିଲେ ।