ତହସିଲସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ
ଏରସମା : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ଯାଉଥିବା ବେଳେ ରାସ୍ତା କଡକୁ ଗ୍ରାମବାସୀଙ୍କ ଦଖଲରେ ଥିବା ଏକ ପ୍ଲଟକୁ ସିଙ୍ଗିପୁର ଗ୍ରାମର ଜଣେ ବ୍ୟକ୍ତି ଜବରଦଖଲ କରି କୋଠାଘର ତିଆରି କରିଛନ୍ତି । ଏହି ୫୫ନଂ ଜାତୀୟ ରାଜପଥ ଟିବଳେଇପୁର ଗ୍ରାମ ଛକ ଦେଇଯାଇଅଛି । ଏହାକୁ ଗ୍ରାମବାସୀ ମାନେ ବିରୋଧ କରି ଏରସମା ତହସିଲ ସମ୍ମୁଖରେ ଆଜି ପୂର୍ବାହ୍ନରେ ଧାରଣାରେ ବସିଥିଲ । ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଉକ୍ତ ଜମି ଦେଇ ଚାଷଜମିକୁ ଯାତାୟାତ କରିବା ସହଜ ହେଉଥିଲାବେଳେ, ବର୍ତ୍ତମାନ ସେହିଜାଗା ଜବର ଦଖଲରେ ରହିବାରୁ ସାଧାରଣ ଜନତା ଯାତାୟାତରେ ଘୋର ଅସୁବିଧା ହେଉଛି । ଏସମ୍ପର୍କରେ ଏରସମା ତହସିଲଦାର ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଆଜି ଶୁକ୍ରବାର ଦୀର୍ଘ ସମୟ ତହସିଲ ସମ୍ମୁଖରେ ଧାରଣାରେ ବସିଥିଲେ । ତେବେ ୭ଦିନ ମଧ୍ୟରେ ଏହାର ନିରପେକ୍ଷ ତଦନ୍ତ କରି ଏହାର ପ୍ରତିକାର କରାଯିବ ବୋଲି, ତହସିଲଦାର ସ୍ନୀଗ୍ଧା ଶ୍ରଦ୍ଧାଞ୍ଜଳୀ ବେହେରା ପ୍ରତିଶ୍ରୁତି ଦେବାପରେ ବଳେଇପୁର ଗ୍ରାମର ସମାଜ ସେବୀ କୁମର ବର ନାୟକ, ବଳେଇପୁର ପଞ୍ଚାୟତ ବିଜେପି ପ୍ରମୁଖ ରମେଶ ଚନ୍ଦ୍ର ରାଉତ, ସାଂସଦଙ୍କ ପ୍ରତିନିଧି ଜଟାଧାରୀ ସ୍ୱ ।ଇଁ, ଜିଲ୍ଲା ଓବିସି ଉପସଭାପତି ସଞ୍ଜୟ କୁମାର ପରିଡା ବଳେଇପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ମାଗୁଣି ଚରଣ ସ୍ୱ ।ଇଁ, ସରପଞ୍ଚଙ୍କ ପ୍ରତିନିଧି ଅରୁଣ କୁମାର ସ୍ୱାଇଁଙ୍କ ସହିତ ବଳେଇପୁର ଗ୍ରାମବାସୀମାନେ ଧାରଣାରୁ ଓହରି ଯାଇଛନ୍ତି ।