ସତ୍ୟପ୍ରିୟ ଗ୍ରୀଡ଼କୋ ଏମଡ଼ି
ଭୁବନେଶ୍ୱର:
୨୦୧୪ ବ୍ୟାଚ୍ ଆଇଏଏସ ଅଫିସର ଡକ୍ଟର ସତ୍ୟପ୍ରିୟ ରଥଙ୍କୁ ଗ୍ରୀଡ଼କୋର ପରିଚାଳନା ନିଦେ୍ର୍ଦଶକ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବଭଳି ସେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଓ ରାଜ୍ୟ ଅର୍ଥ କମିଶନର ସଦସ୍ୟ ସଚିବ ଭାବେ କାର୍ଯ୍ୟକରିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ବରିଷ୍ଠ ଓଏଏସ ଅଫିସର ଶୁଭାନନ୍ଦ ମହାପାତ୍ରଙ୍କୁ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବାବେଳେ ବରିଷ୍ଠ ଓଏଏସ ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।