ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ
ାା ପ୍ରଭାନୁ୍ୟଜ ।ା କଟକ,୧୭ ।୮: କଟକ ସହରର ବିଭିନ୍ନ ସ୍ଥାନରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନୌଜୱାନ ମିଲତ କମିଟି ପକ୍ଷରୁ ସ୍ଥାନୀୟ ଶେଖବଜାର ସ୍ଥିତ ଖଟବିନ ସାହିରେ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଲାଲବାଗ ଥାନା ଭାରାପ୍ରାପ୍ତ ଅଧିକାରୀ ସୁଧାଂଶୁ ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି ତାହିର ଖାନ, କାର୍ଯ୍ୟକାରୀ ସଭାପତି ତନବିର ହୁସେନ, ଯୁଗ୍ମ ସଭାପତି ଶେଖ ଦାଉଦ, ସଂପାଦକ ସରର୍ଫାଜ ଖାନ, ଯୁଗ୍ମ ସଂପାଦକ ଅବଦୁଲ ଅବ୍ରାର, କୋଷାଧ୍ୟକ୍ଷ ମହମ୍ମଦ ଜାବିର, ଶେଖ ୟୁସୁଫ, ସୟଦ ସରଫରାଦ ଅଲ୍ଲି, ମହମ୍ମଦ ତାଜୁଦିନ, ସଏଦ ସାଦିର ଅଲ୍ଲି ଓ ମହମ୍ମଦ ଇନ୍ତାଜ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କମିଟି ପକ୍ଷରୁ ନିକଟସ୍ଥ ସ୍କୁଲର ଛୋଟ ଛୋଟ ପିଲାମାନଙ୍କୁ ଖେଳ ସାମଗ୍ରୀ ବଂଟନ କରାଯାଇଥିଲା ।
ସେହିପରି ମହାନଦୀବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଂପାଦକ ବିଷ୍ଣୁ ଚରଣ ନାୟକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର ସଭାପତି ପ୍ରତିମା ଶତପଥି, ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ ଦାସ, ବରିଷ୍ଠ ଆଚାର୍ଯ୍ୟ ନିର୍ମଳ ଚନ୍ଦ୍ର ନାୟକ, ଆଚାର୍ଯ୍ୟ ଚକ୍ରଧର ଦାସ,ପରିଚାଳନା ସମିତିର ଉପସଭାପତି ଡ ଦେବବ୍ରତ ପୃଷ୍ଟି, କୋଷାଧ୍ୟକ୍ଷ ଭାଗିରଥି ଦଳାଇଙ୍କ ସମେତ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ଥିଲେ । ସେହିପରି ସାମନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟର ସଭାପତି ସଦୟ ବୋଷ, ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ନିଦେ୍ର୍ଦଶକ ଡ ଜିଏକେ କୁମାର, ଖ୍ରୀଷ୍ଟ କଲେଜରେ ଅଧ୍ୟକ୍ଷା ମଧୁମିତା ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଡ କ୍ଷଣପ୍ରଭା ନନ୍ଦ, ଡ ଦୈତାରୀ ଶୁକ୍ଳ, ଶୋଭନ ପଣ୍ଡା, ଶ୍ୱାତୀ ଦାସ, ଡ ଅଶୋକ ସାହୁ, ଡ ପ୍ରଦୁ୍ୟମ୍ନ ଦାସ, ଡ ଜ୍ଞାନେଶ୍ୱର ଦାସ, ଶୁଭମ ସାହୁ, ଡ ସାରଦା ପ୍ରସାଦ କର, ରିଙ୍କୁ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ବେତନଟୀ : ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ଏମପିସି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଦିବସ ପାଳନ କମିଟି ସଭାପତି ଜୟନ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲେଫ୍ଟନାଣ୍ଟ କର୍ଣ୍ଣଲ ସନ୍ତୋଷ ପଣ୍ଡାଙ୍କ ସମେତ ପ୍ରତୀକ୍ଷା ବିଭାଗର ଅବସରପ୍ରାପ୍ତ ଅଧିକାରୀ ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବେତନଟୀ ଆଇଆଇସି ସସ୍ମିତା ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ । ତେବେ ଲଗାଣବର୍ଷା ପାଇଁ ସାମୂହିକ ପ୍ୟାରେଡ଼ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ଜାତୀୟଦିବସ ପାଳନ କମିଟି ପକ୍ଷରୁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ପରିଚାଳନାରେ ଜାତୀୟଦିବସ ପାଳନ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ ପ୍ରମୁଖ ସକ୍ରିୟ ଦାୟିତ୍ୱ ସମ୍ପାଦନ କରିଥିଲେ ।
ସୋର: ସୋର ବ୍ଲକର ବିଭିନ୍ନ ସ୍ଥାନରେ ୭୯ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହେଉଥିବା ବେଳେ ବ୍ଲକ ପରିସରରେ ବିଧାୟକ ମାଧବ ଧଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ସମୟରେ ବ୍ଲକ୍ ଅଧ୍ୟକ୍ଷା ଅନୁସୟା ମଲିକ, ବିଡ଼ିଓ ସତ୍ୟନାଥ ନାୟକ ଓ ବ୍ଲକ୍ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେହିପରି ପୌରପାଳିକା ପକ୍ଷରୁ ରାଧାନାଥ ପଡ଼ିଆ ପରିସରରେ ବ୍ଲକସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ପୌରାଧକ୍ଷା ସସ୍ମିତା ଦାସ ଅନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ବିଭିନ୍ନ ବିଦ୍ୟାଳୟ ଓ କଲେଜରୁ ଆସିଥିବା ଏନସିସି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା । ସେହିପରି ଭାବେ ସୋର ବ୍ଲକ ଓ ସୋର ପୌରପାଳିକାରେ ବିଭିନ୍ନ ବିଦ୍ୟାଳୟ ସରକାରୀ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି ।
ମାଲକାନାଗିରି : ମାଲକାନାଗିରି ଜିଲ୍ଲା ସଦରରେ ଥିବା ଉତ୍ତମ ମଲ୍ଲିକ ଟାଲେଣ୍ଟ ସ୍କୁଲରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନାଗିରି ଇସ୍କନ ମନ୍ଦିର ପ୍ରତିଷ୍ଠାତା ବସୁଦାମ ଶ୍ୟାମ ଦାସ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉତ୍ତମ ମଲ୍ଲିକ ଟାଲେଣ୍ଟ ସ୍କୁଲର ପ୍ରତିଷ୍ଠାତା ଉତ୍ତମ ମଲ୍ଲିକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ମୂଲ୍ୟ ଏବଂ ଭାରତ ବର୍ଷର ଭବିଷ୍ୟତ ଆଖ୍ୟା ଦେଇ ଛାତ୍ରମାନଙ୍କୁ ସମ୍ବୋଧନ କରି ସେମାନଙ୍କୁ ଶୁଭକାମନା ଜଣାଇଥିଲେ । ଏହି ଅବସରରେ ଉତ୍ତମ ମଲ୍ଲିକ ଟାଲେଣ୍ଟ ସ୍କୁଲର ଶିକ୍ଷକ କିଶୋର କୁମାର ପାତିକ, ରାଜୁ ସରକାର, ଲିଯା ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ତାଳଚେର: ତାଳଚେର ଉପଖଣ୍ଡ ସଦର ମହକୁମା ଠାରେ ସ୍ୱାଧୀନତା ଦିବସ କଲେଜ ପଡ଼ିଆରେ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ସମୀର ଜେନା ପତାକା ଉତ୍ତୋଳନ କରି ଅଭିବାଦନ ଜଣାଇଥିଲେ । ସ୍ଥାନୀୟ ବିବେକାନନ୍ଦ ଶିଶୁବିଦ୍ୟାମନ୍ଦିର ସ୍କୁଲ ପକ୍ଷରୁ ଜାତୀୟ ସଙ୍ଗୀତକୁ ଗାନ କରାଯାଇଥିଲା । ପତାକା ଉତ୍ତୋଳନ ପରେ ତାଳଚେରର ଗର୍ବ ଗୌରବ ସମ୍ମାନ ୨୦୨୫ ପାଇଥିବା ମହାନ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ପରେ ମଣ୍ଡାପାଳ ଡ଼ାକ୍ତରଖାନାରେ ରୋଗୀମାନଙ୍କୁ ଫଳବଂଟନ ଓ ଉପକାରାଗାରେ ମିଷ୍ଠାନ୍ନ ବଣ୍ଟନ କରିଥିଲେ ।
ସେହିପରି ଏନଟିପିସି ତାଳଚେର ଥର୍ମାଲରେ ୭୯ତମ ସ୍ୱାଧୀନତା ଦିବସ ଟିଟିପିଏସ୍ ଟାଉନସିପ ଗ୍ରାଉଣ୍ଡରେ ପାଳିତ ହୋଇଯାଇଛି । ଏଜକୁ୍ୟଟିଭ ଡ଼ାଇରେକ୍ଟର ବିଜୟ ଚାନ୍ଦ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଏମ ପ୍ରଜେକ୍ଟ ଜେପି ରାଓ, ଜିଏମ ମେକାନିକାଲ ପ୍ରଭେର କୁମାର, ଡ଼ିସି ସିଆଇଏସଫ ରାଜଶେ ଘାୟଲ, ସାଗରୀକା ଲେଡ଼ିଜ କ୍ଲବ ସଭାପତି ଭିଭା ଅଗ୍ରୱାଲ, ରୋହିତ କୁମାର, ଭାରତୀ ସିଂହ ଓ ସମସ୍ତ ଅଧିକାରୀ, କର୍ମଚାରୀ, ଶ୍ରମିକସଂଗଠନ ନେତା, କର୍ମୀ, ଡ଼ିଏଭି ସ୍କୁଲ ପି୍ରନ୍ସିପାଲ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଶେଷରେ କୃତୀ ଛାତ୍ରଛାତ୍ରୀ ଓ ଏନଟିପିସିର କର୍ମକର୍ତ୍ତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ଚାନ୍ଦ ଅଞ୍ଚଳର ଭିନ୍ନକ୍ଷମ ମାନଙ୍କୁ ହୁ୍ୟଇଲ ଚେୟାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନଟିପିସିର ସମସ୍ତ କାର୍ଯ୍ୟକର୍ତ୍ତା ସହିତ ପରିବାର ବର୍ଗ ସିଆଇଏସଏଫ ଏବଂ ବହୁ ଅଞ୍ଚଳବାସୀ ଯୋଗ ଦେଇଥିଲେ ।
ସାଲେପୁର : ସାଲେପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସାଲେପୁର ହାଇସ୍କୁଲ ଖେଳପଡ଼ିଆ ଠାରେ ସଦର ମହକୁମାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ପରେଡ୍ ଅଭିବାଦନ ଗ୍ରହଣ କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ସାଲେପୁର ତହସିଲଦାର ଜୟନ୍ତ କୁମାର ଜୟସିଂହ, ସାଲେପୁର ବିଡ଼ିଓ ଲୋପାମୁଦ୍ରା ନାୟକ, ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ସାଲେପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସରୋଜ ଦାଶ, ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ବିରଞ୍ଚôନାରାୟଣ ପତି, ସାଲେପୁର ଆଦର୍ଶ ଥାନା ପରିସରରେ ଆଇଆଇସି ଅନିତା ସାହୁ, ବ୍ଲକ୍ କାର୍ଯ୍ୟାଳୟରେ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଜୟନ୍ତ କୁମାର ଜୟସିଂହ, ଅବକାରୀ ବିଭାଗ କାର୍ଯ୍ୟାଳୟ, ଦମକଳ ବାହିନୀ କାର୍ଯ୍ୟାଳୟ, ସାଲେପୁର ଉପନିବନ୍ଧକ କାର୍ଯ୍ୟାଳୟ, ନବ ପ୍ରଭାତ ଆଇଟିଆଇରେ ଇଂ. ମାନଗୋବିନ୍ଦ ପଣ୍ଡା, ସାବିତ୍ରୀ ଦେବୀ କଲେଜରେ ପ୍ରତିଷ୍ଠାତା ଉମାକାନ୍ତ ଓଝା, ସାଲେପୁର ବାର ଆସୋସିଏସନ୍ରେ ସଭାପତି ବିକ୍ରମ କେଶରୀ ବଳ, ସାଲେପୁର କଲେଜରେ ଅଧ୍ୟକ୍ଷା ଡଃ ସଂଗୀତା ମିଶ୍ର, ବିଜେପି କାର୍ଯ୍ୟାଳୟରେ ବିଜେପି ନେତା ଅରିନ୍ଦମ ରାୟ, କଂଗ୍ରେସ କାର୍ଯ୍ୟାଳୟରେ ଇଂ. ଆକୁ୍ୟବ୍ ଖାଁ, ବିଜେଡି କାର୍ଯ୍ୟାଳୟରେ ବିଧାୟକ ପ୍ରଶାନ୍ତ ବେହେରା, ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ସଭାପତି ଅକ୍ଷୟ କୁମାର ଦାଶ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଉତ୍ତର ବଟେଶ୍ୱର ଅଙ୍ଗନୱାଡି କାର୍ଯ୍ୟାଳୟରେ କୁନିଲତା ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ବହୁ ଅବିଭାବକ ଓ ଅଭିଭାବିକା ମାନେ ଉପସ୍ଥିତ ଥିଲେ ।
ଅନୁଗୁଳ : ଅନୁଗୁଳ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ଅନୁଗୁଳ ପୁଲିସ ଟ୍ରେନିଂ କଲେଜ ପଡିଆ ଠାରେ ପାଳିତ ହୋଇଯାଇଛି । ଏଥିରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ । ଯେଉଁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅସୀମ ତ୍ୟାଗ, ସଂଗ୍ରାମ ଓ ଆତ୍ମ-ବଳିଦାନ ପାଇଁ ସ୍ୱାଧୀନତାର ସୂର୍ଯେ୍ୟାଦୟ ହୋଇଥିଲା । ଯେଉଁମାନଙ୍କ ପାଇଁ ଆଜି ଆମେ ନିଜ ନାଆର ନିଜେ ନାଉରୀ ସାଜିଛେ ସେଇ ବୀର ସଂଗ୍ରାମୀମାନଙ୍କୁ ମୁଖ୍ୟ ଅତିଥି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଜାତୀୟ ପତାକା ଉତ୍ତୋଳନ ସମୟରେ ଜିଲ୍ଲା ପୋଲିସ ବ୍ୟାଣ୍ଡ୍ ପାର୍ଟି ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ବିଭାଗ ଓ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଯୋଗ ଦେବା ସହ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ପରେ ଅନୁଗୁଳ ଜେଲ ପରିଦର୍ଶନରେ ଯାଇ ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ଅବସରରେ ଅପରାହ୍ନରେ କଦମ୍ ପଡିଆଠାରେ ଜିଲ୍ଲା ପୋଲିସ ଟିମ୍ ଓ ନାଲ୍କୋ ଟିମ୍ ମଧ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସ୍ୱାଧୀନତା ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବଦାଲ୍ ମହମ୍ମଦ୍ ଅଖତର ଓ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ, ଆଇଏଏସ୍ ପ୍ରୋବେସନର କସ୍ତୁରୀ ସା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ, ଅନୁଗୁଳ ଊପଜିଲ୍ଲାପାଳ ମାୟାଧର ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ସ୍ଥାନୀୟ ପୁଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ସମବେତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ଦେଶକୁ ସ୍ୱାଧୀନ କରିବା ପାଇଁ ବଳିଦାନ ଦେଇଥିବା ମହାପୁରୁଷମାନଙ୍କ ସ୍ମୃତିଚାରଣ କରି ଏହି କଷ୍ଟଲବ୍ଧ ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଶର ସ୍ୱାଧୀନତା ଆନେ୍ଦାଳନରେ କନ୍ଧମାଳ ଜିଲ୍ଲାର ଅବଦାନ ଅବିସ୍ମରଣୀୟ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି । ରାଜ୍ୟର ନୂତନ ସରକାରଙ୍କ ଦ୍ୱାରା ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଥିବା ପ୍ରଶାସନିକ ଦୂରତ୍ୱ କମାଇବା ପାଇଁ ପ୍ରଚେଷ୍ଟା କରାଯିବା ସହ ସମସ୍ୟା ସମାଧାନ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଆରକ୍ଷୀ ଅଧୀକ୍ଷକ ହରିଶ ବିସିଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜନ ପ୍ରତିନିଧି ଯୋଗଦେଇଥିଲେ ।
ନୂଆପଡା: ଖଡ଼ିଆଳରେ ସ୍ୱାଧୀନତା ଦିବସ ପାଳନ କମିଟି ପକ୍ଷରୁ ସହରର ରାଜା ଆର୍ତ୍ତତ୍ରାଣ ଉହାଇସ୍କୁଲରେ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ଅନୁଷ୍ଠିତ ସମାରୋହରେ ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡିଓ ନରସିଂହ ଗଡବା, ବ୍ଲକ୍ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ, ଏନ୍ଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଖଡିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ, ଆଇଆଇସି ଦିଲ୍ଲିପ ସାହୁ, ବିଇଓ କାହ୍ନୁଚରଣ ନାଏକଙ୍କ ସମେତ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏନ୍ଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଚେୟାରମେନ ପୁଷ୍ପାଞ୍ଜଳି ନନ୍ଦ, ତହସିଲଦାର ନରସିଙ୍ଗ ଗଡବା, ଏସଡିପିଓ ଉପେନ୍ଦ୍ର ପ୍ରଧାନ, କଲେଜ ଇନଚାର୍ଜ ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା, ପାଟଣା କ୍ଷତ୍ରିୟ ସମାଜରେ କୂଳପତି ଶମ୍ଭୁ କିଶୋର ଦଣ୍ଡସେନା, ମହାମାୟା ପବ୍ଲିକ ସ୍କୁଲରେ ଅଧ୍ୟକ୍ଷା ସୁନିତା ତିୱାରୀ, ସେଣ୍ଟ ଜେଭିୟାର ପବ୍ଲିକ ସ୍କୁଲରେ ଟ୍ରଷ୍ଟି ପୁଷ୍ପାଞ୍ଜଳି ଠାକୁର, ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଟ୍ରଷ୍ଟି ମେଜର ଡ. ରାମଚନ୍ଦ୍ର ମିଶ୍ର, ମହିଳା ଡିଗ୍ରୀ କଲେଜ ପରିସରରେ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ, ଯୁକ୍ତ ମହିଳା କଲେଜ ଅଧ୍ୟକ୍ଷା ସସ୍ମିତା ପ୍ରଭା ସାମଲ, ଖଡିଆଳ ବିଦ୍ୟା ମନ୍ଦିରରେ ସମ୍ପାଦକ ବିନୋଦ ବିହାରୀ ପାଢ଼ୀ, ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପରିଚାଲିକା ସୂର୍ଯ୍ୟକାନ୍ତି ଭଉଣୀ ପତାକା ଉତ୍ତୋଳନ କରିଥିଲେ । ପରମେଶ୍ୱର ବାରିକ, ଜିତେନ୍ଦ୍ର ସିଂହ ବାରିକ, ସତ୍ୟପ୍ରିୟ ମୁଣ୍ଡ ପତକା ଉତ୍ତୋଳନ କରିଥିଲେ ।
ବଡ଼ସାହି: ୭୯ତମ ସ୍ୱାଧିନତା ଦିବସ ପାଳିତ ହୋଇଛି । ବଡ଼ସାହି ଉପ୍ରା ସ୍କୁଲ ଖେଳ ପଡ଼ିଆରେ ବ୍ଲକ୍ସ୍ତରୀୟ ସ୍ୱାଧୀନତା ଦିବସ ଜାତୀୟ ଦିବସ ପାଳନ କମିଟି ଆନୁକୂଲ୍ୟରେ ପାଳନ କରାଯାଇଛି । ବଡସାହି ବିଧାୟକ ସନାତନ ବିଜୁଳି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀଙ୍କ ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । କମିଟି କାର୍ଯ୍ୟକାରୀ ସଭାପତି ରଣଜିତ୍ ଦାସ, ବଡ଼ସାହି ବ୍ଲକ ଉପାଧ୍ୟକ୍ଷ କାଞ୍ଚନ ପ୍ରଧାନ, ବିଡିଓ ବନଜା ଦାସ, ତହସିଲଦାର କରୁଣାକର ଧିନ୍ଦା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ବଡ଼ସାହି ବଜାର ବଣିକ ସଂଘ ସଭାପତି ରାଜେନ୍ଦ୍ର ନାଥ ବେହେରା ପତାକା ଉଡାଇଥିବା ବେଳେ, ବିଜେପି କାର୍ଯ୍ୟାଳୟରେ ରାଜେନ୍ଦ୍ର ଜେନା ପତାକା ଉତ୍ତୋଳନ କରିଥିଲେ । ନାଗରିକ ମଞ୍ଚ ପକ୍ଷରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସଭାପତି ସୁନିଲ ଦାଶ ପତାକା ଉତ୍ତୋଳନ କରିଥିଲେ । ଏମସିସି ବ୍ୟାଙ୍କ ପରିଚାଳନା ପରିଷଦ ନିଦେ୍ର୍ଦଶକ ତପନ ପତି ପତାକା ଉଡାଇ ଥିଲେ । ବ୍ଲକ କଂଗ୍ରେସ ନେତା ପ୍ରକାଶ ଚନ୍ଦ୍ର କର ମହାପାତ୍ର, ଗୁଣନିଧି ମହାନ୍ତି, ପୂର୍ଣ୍ଣଚନ୍ଦ୍ର ହାଁସଦା, ଶଶାଙ୍କ ଶେଖର କର ଏବଂ ଅନ୍ୟ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତିରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ବଳା ପତାକା ଉତ୍ତୋଳନ କରିଥିଲେ । କଲେଜ ଅଧ୍ୟକ୍ଷ ରଞ୍ଜନ ଦାସ ପତାକା ଉତ୍ତୋଳନ କରିଥିଲେ ।
ଛତ୍ରପୁର: ସ୍ୱାଧୀନତା ଦିବସ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମହା ସମାରୋହର ସହିତ ଆଡମ୍ବର ସହକାରେ ପାଳିତ ହୋଇଛି । ଛତ୍ରପୁର ସ୍ଥିତ ପୁଲିସ ପରେଡ ପଡିଆରେ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ ମୁଖ୍ୟଅତିଥି ଭାବେ ଯୋଗଦେଇ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ । ଶହୀଦ୍ ହୋଇଥିବା ବୀର ଯବାନଙ୍କୁ ଏହି ଶୁଭ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଓଡିଶା ତଥା ଗଞ୍ଜାମର ଅବଦାନ ଅତୁଳନୀୟ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ଗଞ୍ଜାମର ସ୍ୱର୍ଗତ ଅର୍ଜୁନ ବେହେରା ଓ ନନ୍ଦ କିଶୋର ମିଶ୍ର ପାଠ ପଢା ସମୟରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ସ୍ୱର୍ଗତ ଦିବାକର ପଟ୍ଟନାୟକ, ଶରତ ଚନ୍ଦ୍ର ମହାପାତ୍ର, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଭରତ ବେହେରା, ବୈକୁଣ୍ଠ ନାୟକ, ନିରଞ୍ଜନ ପଟ୍ଟନାୟକ, କିଶୋରମଣୀ ପଟ୍ଟନାୟକ, ଶଶୀ ଭୂଷଣ ରଥ, ଲିଙ୍ଗରାଜ ପାଣିଗ୍ରାହୀ, ବିଶ୍ୱନାଥ ଦାଶ, ଜଗନ୍ନାଥ ମିଶ୍ର, ଶ୍ରୀରାମଚନ୍ଦ୍ର ମର୍ଦ୍ଦରାଜ, ହରିହର ମର୍ଦ୍ଦରାଜ ପ୍ରମୁଖ ସଂଗ୍ରାମୀ ମାନଙ୍କୁ ଏହି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଓଡିଶା ପାଇଁ ଅତି ଗୁରୁତ୍ୱ ବହନ କରେ । ଚିଲିକା, ଗୋପାଳପୁରର ବେଳାଭୂମି, ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେ କଇଁଛ, ତପ୍ତପାଣି, ପୋତାଗଡ ଦୂର୍ଗ, ବୁଦ୍ଧ ଖୋଲ ପରି ପର୍ଯ୍ୟଟନ ସ୍ଥଳୀ ସହିତ ତାରାତାରିଣୀ, ନାରାୟଣୀ, ଭୈରବୀ, ମହୁରୀ କାଳୁଆ ଶକ୍ତିପୀଠ, ପଞ୍ଚମା ସିଦ୍ଧି ବିନାୟକ ମନ୍ଦିର, ସକଳେଶ୍ୱର ମନ୍ଦିର, ଧରାକୋଟ ଜଗନ୍ନାଥ ମନ୍ଦିର, ବୁଗୁଡାର କାଷ୍ଠ କୋଣାର୍କ ମନ୍ଦିର ଇତ୍ୟାଦି ଆମ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାର ନିଦର୍ଶନ । ଆଜିର ଦିନ ହେଉଛି ପ୍ରେରଣା ଓ ପ୍ରତିଜ୍ଞାର ଦିନ ।
ଏହି ସ୍ୱାଧୀନତା ଦିବସରେ ସମସ୍ତେ ମିଳିମିଶି ଏକ ସମୃଦ୍ଧ ଓ ବିକଶିତ ଗଞ୍ଜାମ ଜିଲ୍ଲା ଗଠନ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକାଙ୍କ ସଂଯୋଜନାରେ ପରେଡ୍ କମାଣ୍ଡର ଆର୍ଆଇଅଫ୍ ପୁଲିସ୍ ଅମୂଲ୍ୟ ନାୟକ ଏବଂ ସେକେଣ୍ଡ-ଇନ୍-କମାଣ୍ଡ ସର୍ଜଣ୍ଟ ବିକାଶ ଚନ୍ଦ୍ର ସେନାପତି ପରେଡ୍ ପରିଚାଳନା କରିଥିଲେ । ଉତ୍ସବରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ଦେବବ୍ରତ ପଣ୍ଡା, ସୁନୀଲ କୁମାର କେର୍କେଟାଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲା ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା-୨୦୨୫ ଟପ୍ପର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠ ନଗର, ବ୍ରହ୍ମପୁର ର ଶ୍ରୀମାନ ଆଶୁତୋଷ ସେଠୀ ଓ ସୁଶ୍ରୀ ଅର୍ପିତା ଆଚାର୍ଯ୍ୟ ଙ୍କୁ ସମ୍ମାନୀତ କରାଯାଇଥିଲା । ଛତ୍ରପୁର ସ୍ଥିତ ଖେଳ ପଡିଆରେ ପ୍ରଶାସନ ଏକାଦଶ ଏବଂ ଛତ୍ରପୁର ପ୍ରେସ କ୍ଲବ୍ ଏକାଦଶଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଛି । ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଜୟ ହାସଲ କରିଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ ପୃଷ୍ଟି, ଦେବବ୍ରତ ପଣ୍ଡା, ସୁନୀଲ କୁମାର କେର୍କେଟା ଉପଜିଲ୍ଲାପାଳ ଶିବାଶୀଷ ବରାଳ ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏବଂ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍ ଉଭୟ ୱିନର୍ ଓ ରନର୍ଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏହାକୁ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ମିଶ୍ର ପରିଚାଳନା କରିଥିଲେ । ଜଉଗଡ ସମ୍ମିଳନୀ କକ୍ଷରେ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ବ୍ରଜ ମୋହନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ, ସରକାରୀ ବିଜ୍ଞାନ କଲେଜ ଅଧ୍ୟକ୍ଷ ଡ. ଅଜୟ ତ୍ରିପାଠୀ ମୁଖ୍ୟଅତିଥି ଏବଂ ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ସମ୍ମାନୀତଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ । ପଦ୍ମିନୀ ମିଶ୍ର କବିତା ସଂଯୋଜନା କରିଥିଲେ ଏବଂ ଛତ୍ରପୁର ସାହିତ୍ୟ ସଂସଦର ସଂପାଦକ ଦିଲ୍ଲିପ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀଙ୍କ ଦ୍ୱାରା ତ୍ରିରଙ୍ଗା କନସର୍ଟ ସାଂସ୍କୃତିକ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେର୍କେଟା, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ପ୍ରମୁଖ ଉପସ୍ଥିତ ଥିଲେ ।
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ୭୯ତମ ସାଧୀନତା ଦିବସ ପାଳନ କରାଯାଇଛି । ଜିଲ୍ଲା ସଭାପତି ରାସ ବିହାରୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଉପସ୍ଥିତ କାର୍ଯ୍ୟକର୍ତାଙ୍କୁ ଉଦ୍ବୋଧନ ଦେଇ ଯେଉଁ ସାଧୀନତା ସଂଗ୍ରାମୀ ଓ ମହିୟସୀଙ୍କ ତ୍ୟାଗ, ବଳିଦାନ ପାଇଁ ଦେଶ ସାଧୀନତା ପ୍ରାପ୍ତ ହୋଇଥିଲା । ସେମାନଙ୍କୁ ସ୍ମରଣ କରିବା ସହ ଦେଶରେ ଏକତା ଓ ସୁରକ୍ଷା ପାଇଁ ସମସ୍ତେ ସଜାଗ ରହିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମିଡିଆ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଶିବ ପ୍ରସାଦ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜିବ ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ରଞ୍ଜନ ଭୂୟାଁ, ବରିଷ୍ଠ କାର୍ଯ୍ୟକର୍ତା ଦୀପକ ପ୍ରସାଦ ପଟ୍ଟନାୟକ, ଧୃବ ଚରଣ ସାଇଁ, ବିଗ୍ନେଶ୍ୱର ଦୋରା, ରଶ୍ମି ରଞ୍ଜନ ଦାସ, ପଦ୍ମଭୂଷଣ ସାହୁ, ରମ୍ୟରଞ୍ଜନ ମହାପାତ୍ର, ଅନିମେଶ ଚାନ୍ଦ, ଯୁଗଳ କିଶୋର ସାହୁ, ଦୁଷ୍ମନ୍ତ ବେହେରା, ଉତମ ଦାସ, ପ୍ରକାଶ ସାହୁ, ପ୍ରକାଶ ବେହେରା, ଶିଶିର ଦଳେଇ, ବିକଳ ବେହେରା, ପରିକ୍ଷିତ ସାହୁ ଯୋଗଦେଇଥିଲେ । ନଗର ମଣ୍ଡଳ ସଭାପତି ବିକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବୈଶିଙ୍ଗା: ରାଇକମା ଆଶ୍ରମ ସ୍କୁଲରେ ଏହି ଉତ୍ସବକୁ ପାଳନ କରାଯାଇଛି । ପ୍ରଧାନ ଶିକ୍ଷକ ରଜତ ଦାଶଙ୍କ ତତ୍ତ୍ୱାବଧାନରେ ପାଳିତ ଏହି ସ୍ୱାଧୀନତା ଦିବସରେ ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ କର୍ମଚାରୀ ସହଯୋଗ କରିଥିଲେ । ସ୍କୁଲରେ ପତାକା ଉତ୍ତୋଳନ କରିବା ପରେ ପିଲାମାନେ ବିଭିନ୍ନ ପ୍ଲାକାର୍ଡ ଧରି ଗ୍ରାମ ପରିକ୍ରମା କରିବା ସହିତ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିଥିଲେ । ସ୍ୱାଧୀନତା ଦିବସ ସମ୍ବନ୍ଧୀୟ ଫଟୋଚିତ୍ର, ପ୍ରବନ୍ଧ ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ସମ୍ବଲପୁର: ସମ୍ବଲପୁର ମଣ୍ଡଳ ପକ୍ଷରୁ ସ୍ଥାନୀୟ ରେଳ ଷ୍ଟାଡିୟମରେ ୭୯ତମ ସ୍ୱାଧୀନତା ଦିବସରେ ମଣ୍ଡଳ ରେଳ ପ୍ରବନ୍ଧକ ସୁବାଷ ଚନ୍ଦ୍ର ଚୌଧୁରୀ ଜାତୀୟ ପତାକା ଉତ୍ତୋଳନ କରି ପରେଡର ଆନୁଷ୍ଠାନିକ ଅଭିବାଦନ ଗ୍ରହଣ କରିଥିଲେ । ଗତ ଏପ୍ରିଲ୍ରୁ ଜୁଲାଇ ପର୍ଯ୍ୟନ୍ତ ମଣ୍ଡଳର ଆୟ ୧୦୭୮.୬୯ କୋଟି ହୋଇଛି ଯାହା ପୂର୍ବ ଅବଧି ତୁଳନାରେ ୧୦.୭୭% ବୃଦ୍ଧି ଅଟେ । ମାଲ ପରିବହନରେ ୧୩% ବୃଦ୍ଧି ପଞ୍ଜିକୃତ ହୋଇଛି । ମଣ୍ଡଳ ଏହି ଅବଧୀରେ ୩.୭୮ ନିୟୁତ ଯାତ୍ରୀ ପଞ୍ଜିକୃତ କରିଛି । ଯାହା ଗତ ବର୍ଷର ପୂର୍ବ ଅବଧି ତୁଳନାରେ ୬.୭୮% ବୃଦ୍ଧି ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଅଧୀନରେ ପାଞ୍ଚଟି ଷ୍ଟେସନ୍-ପୁରୁଣାପାଣି, ଝାରମୁଣ୍ଡା, ବୌଦ୍ଧ, ବୀରନରସିଂହପୁର ଏବଂ ପୁରୁଣାକଟକ ଉଦଘାଟନ କରିଥିଲେ । ବୌଦ୍ଧ-ସମ୍ବଲପୁର-ବୌଦ୍ଧ ଏକ୍ସପ୍ରେସ୍, ବୌଦ୍ଧ-ଭୁବନେଶ୍ୱର-ବୌଦ୍ଧ ଏକ୍ସପ୍ରେସ୍ ଉଦଘାଟନ କରିଥିଲେ । ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ମନଜିତ ସିଂହ ସାନସନୱାଲ, ମହିଳା କଲ୍ୟାଣ ସଂଗଠନ, ସମ୍ବଲପୁରର ଅଧ୍ୟକ୍ଷ ବିନ୍ଦୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ପୋନ୍ନା ଭେଙ୍କଟେଶ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ପାରାଦୀପ: ପାରାଦୀପ କାର୍ଯ୍ୟରତ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ଉତ୍ସାହ ଓ ଉଦ୍ଦୀପନା ସହିତ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସିନେମା ହଲ ସମ୍ମୁଖ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରଷ୍ଟ ଅଧ୍ୟକ୍ଷ ରନôାକର ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ, ଉପସ୍ଥିତ ସାମ୍ବାଦିକ ସାମୂହିକ ଭାବେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ମୁଖ୍ୟଉପଦେଷ୍ଟା ଶୁକଦେବ ଜେନା, ଆଇନ ଉପଦେଷ୍ଟା ରବୀନ୍ଦ୍ର ଜେନା, ସଭାପତି ଶଶାଙ୍କ ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ସୁଧାଂଶୁ ନାୟକ, ସାଧାରଣ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ, କୋଷାଧ୍ୟକ୍ଷ ସନ୍ତୋଷ ଭାରତୀ ଟ୍ରଷ୍ଟି ରାକେଶ ପଟ୍ଟନାୟକ, ପ୍ରଭାକର ସାହୁ, ରଶ୍ମି ରାଉତରାୟ, ଆବିଦ ଖାଁ, ସୁରେଶ ସ୍ୱାଇଁ, ବିବେକାନନ୍ଦ ରାଉତ, ଲକ୍ଷ୍ମୀ ନାରାୟଣ ସାହୁ, ଦୀପକ ଦାସ, ମନୋଜ ସାହୁ, ସଞ୍ଜୟ ରାଉତ, ବିକାଶ ବେହେରା, ସଂଗ୍ରାମ ରାଉତ, ଭାସ୍କର ଆଚାରୀ ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସେହିପରି ବଦପଡ଼ିଆସ୍ଥିତ ପ୍ରେସ ଛକ ନିକଟରେ ପାରାଦୀପ ଖବର କାଗଜ ବିତରକ ସଙ୍ଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ପ୍ରଦୀପ ଜେନା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ, ସଂଘ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ପୁରୀ: ଅଗଣିତ ସତ୍ୟନିଷ୍ଠ ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ପାଥେୟ କରି ଆମେ ବହୁ ପ୍ରତୀକ୍ଷିତ ସ୍ୱାଧୀନତା ପାଇଥିଲୁ । ତେଣୁ କଷ୍ଟଲବ୍ଧ ସ୍ୱାଧୀନତାର ଉପଲବ୍ଧିକୁ ଧରିରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ଇତିହାସକୁ ଭୁଲିଗଲେ ଭବିଷ୍ୟତ ଅନ୍ଧାର ହୋଇଯିବ । ତେଣୁ ସ୍ୱାଧୀନତାର ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖି ଶାନ୍ତି ଓ ପ୍ରଗତି ପଥରେ ଅଗ୍ରସର ହେବାକୁ ଆହ୍ୱାନ ଜଣାଇଛନ୍ତି ରାଜ୍ୟ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମୁଖ୍ୟଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡ. ପ୍ରବୀଣ ଜେନା, ନର୍ସିଂ ଅଫିସର ସଚଳା ମହାରଣା, ସିଡିପିଓ ମିନାକ୍ଷୀ ସାହୁ, ସୁପରଭାଇଜର ସୁଚିତ୍ରା ପ୍ରଧାନ, ଅଙ୍ଗନୱାଡି କର୍ମୀ ଜ୍ୟୋସ୍ନôାମୟୀ ରାଉତରାୟ, ସଫେଇ କର୍ମଚାରୀ କମଳା ନାୟକ, ସତୁରା ନାୟକ, ୨୦୨୪-୨୫ ମାଟି୍ରକ ପରୀକ୍ଷାରେ ଜିଲ୍ଳା ଟପ୍ପର ସ୍ୱୟଂପ୍ରକାଶ ସାହୁ, ଶିଶୁ ପରିଚର୍ଯ୍ୟା ଗୃହ କର୍ମଚାରୀ ସୁମା ନାୟକ, ପୁଷ୍ପାଞ୍ଜଳି ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଆୟୋଜିତ ଏକ ରକ୍ତଦାନ ଶିବିରକୁ ମନ୍ତ୍ରୀ ହରିଚନ୍ଦନ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ର, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌରପାଳିକାର ନିର୍ବାହୀ ଅଧିକାରୀ ଅଭିମନୁ୍ୟ ବେହେରା, ଉପଜିଲ୍ଲାପାଳ ରାଜକିଶୋର ଜେନା, ଅନ୍ୟାନ୍ୟ ଅଧିକାରୀ, ଲୋକପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ । କବି ସଦାଶିବ ମିଶ୍ର, ବିପିନ୍ ବିହାରୀ ଦଳାଇ, କ୍ରିଷ୍ଣା ମହାପାତ୍ର ଓ ଶର୍ବାଣୀ ଦାସ କବିତା ପାଠୋସôବର ସଂଯୋଜନା କରିଥିଲେ । ସୁରେଶ ପଟ୍ଟନାୟକ, ପ୍ରଭାତ ଚନ୍ଦ୍ର ରଥ, ଯୋଗେଶ୍ୱର ପ୍ରହରାଜ, ସୁବାଷ ଚନ୍ଦ୍ର ମିଶ୍ର, ସାରଙ୍ଗଧର ଷଡ଼ଙ୍ଗୀ, ଅଭିମନୁ୍ୟ ରାୟଗୁରୁ, ବିଜୟଲକ୍ଷ୍ମୀ ଦାସ, ହରପ୍ରିୟା ସାହୁ, ମହେଶ୍ୱର ଜେନା, ରୂପକଳ୍ପ ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ ।
କେନ୍ଦ୍ରାପଡ଼ା: ତୁଳସୀ ମହିଳା କଲେଜରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ କଲେଜ ଅଧ୍ୟକ୍ଷ ଡ. ମଥୁରି ଚରଣ ନାୟକ ପ୍ରଥମେ କଲେଜ ଓ ପରେ ଛାତ୍ରୀନିବାସରେ ଜାତୀୟ ପତାକା ଉତୋଳନ କରି ସମ୍ବିଧାନ ଓ ସ୍ୱାଧୀନତା ସଂଗ୍ରାମର ନୀତି ଆଦର୍ଶକୁ ଅନୁସରଣ ପୂର୍ବକ ନିଜ ନିଜର କର୍ତବ୍ୟ ଓ ଦାୟିତ୍ୱବୋଧ ସମ୍ପାଦିତ କରି ଜାତି ଗଠନରେ ସକ୍ରିୟ ଭୂମିକା ନିର୍ବାହ କରିବାକୁ ସମବେତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । କ୍ରୀଡା ଶିକ୍ଷୟିତ୍ରୀ ସଂଯୁକ୍ତା ମହାନ୍ତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
କାକଟପୁର: କାକଟପୁର ପ୍ରେସ କ୍ଲବ୍ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ କ୍ଲବ୍ ସଭାପତି କମଳ ଲୋଚନ ଦୀକ୍ଷିତଙ୍କ ପୌରହିତରେ ପାଳିତ ହୋଇଛି । ସଭାପତି ଶ୍ରୀ ଦୀକ୍ଷିତଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବା ପରେ କ୍ଲବ୍ର ସମସ୍ତ ସଦସ୍ୟ ଏବଂ ରାମକୃଷ୍ଣ ଶିଶୁ ମନ୍ଦିରର ମେଧାବୀ ଛାତ୍ରୀ ଜାତୀୟ ସଂଗୀତ ଗାନ କରିଥିଲେ । ଆମର ପୂର୍ବଜଙ୍କ ବଳିଦାନ ଓ ସଂଗ୍ରାମ ଯୋଗୁ ସ୍ୱାଧୀନ ଭାରତର ଜଣେ ଜଣେ ନାଗରିକ ହୋଇ ସୁଖ ଶାନ୍ତିରେ ବସବାସ କରିବାର ସୌଭାଗ୍ୟ ପ୍ରାପ୍ତ କରିଛେ । ଦେଶର ସମୃଦ୍ଧି ଓ ଉନ୍ନତି ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବା ସହିତ ସୁଖ, ଶାନ୍ତି ଓ ସଦଭାବ ହୋଉଛି ଆମର ନିତୀ ଓ ଆଦର୍ଶ ବୋଲି ଶ୍ରୀ ଦୀକ୍ଷିତ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ସମ୍ପାଦକ ଆଦିତ୍ୟ ରାଉତ, କୋଷାଧ୍ୟକ୍ଷ ଭାଗବତ ସ୍ୱାଇଁ, ସାମ୍ବାଦିକ ପ୍ରଦୀପ୍ତ ଦୀକ୍ଷିତ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଦୀପ ପଣ୍ଡା, ମାନସ ଦୀକ୍ଷିତ, ପ୍ରଭାତ ଦୀକ୍ଷିତ ପ୍ରଭାସ ପୃଷ୍ଟି, ନୃସିଂହ ବେହେରା, ସାମସୁଲ ଆରିଫିନ, ବ୍ରଜକିଶୋର ସାହୁ, ଅକ୍ଷୟ ପ୍ରସାଦ ମହାନ୍ତି, ଶୁଭଦର୍ଶନ ମିଶ୍ର ମିଶ୍ର ପ୍ରମୁଖ ଉପସ୍ଥିତଥିଲେ ।
ନବରଙ୍ଗପୁର: ନବରଙ୍ଗପୁର ସହର ସ୍ଥିତ ଷ୍ଟାଡିୟମ୍ ଠାରେ ମହାଉଲ୍ଲାସ ରେ ୭୯ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏଥିରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତ , ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ପତାକା ମଞ୍ଚରେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଭାରତର ସ୍ୱାଧୀନତା ଆନେ୍ଦାଳନରେ ଦେଶ ତଥା ରାଜ୍ୟର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ମହାନତା, ପାପଢାହାଣ୍ଡି ସହିଦଙ୍କ ବଳିଦାନ ଓ ସହିଦ ଲକ୍ଷ୍ମଣ ନାୟକଙ୍କ ବୀରତ୍ୱକୁ ସ୍ମରଣ କରି ନବରଙ୍ଗପୁର ଜିଲ୍ଲାକୁ ସମୃଦ୍ଧ ଜିଲ୍ଲାରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ର ସଫଳ ରୂପାୟନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପଡିଆରେ ୮ଟି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିସôାଳୟ ଏବଂ ଉପ କାରାଗାର ପରିଦର୍ଶନ କରି ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।