ନାବାଳିକା କ୍ରୀଡ଼ାବିତ କୁକର୍ମ ମାମଲା: ୩ ହକି ପ୍ରଶିକ୍ଷକ କୋର୍ଟଚାଲାଣ

 ଯାଜପୁର ଟାଉନ : ନାବାଳିକା ହକି ଖେଳାଳିକୁ କୁକର୍ମ ସହ ଅସଦାଚରଣ ମାମଲାରେ ପୁଲିସ ୩ଜଣଙ୍କୁ କୋର୍ଟ ଚାଲାଣ କରିଛି । ୨ ଜଣ ହକି ପ୍ରଶିକ୍ଷକଙ୍କୁ ଅନ୍ୟ ଜଣେ ହକି ପ୍ରଶିକ୍ଷକଙ୍କୁ ଅସଦାଚାରଣ ମାମଲାରେ କୋର୍ଟ ଚାଲାଣ କରିଛି । ଅନ୍ୟ ଜଣେ ପ୍ରଶିକ୍ଷକଙ୍କୁ ସଂପୃକ୍ତି ନଥିବାରୁ ସାକ୍ଷୀ ରୂପେ ଗ୍ରହଣ କରାଯାଇଛି । ଗତ ୨୦ ତାରିଖ ରାତିରେ ନାବାଳିକା ହକି ଖେଳାଳି ୪ଜଣ ପ୍ରଶିକ୍ଷକଙ୍କ ନାମରେ ଯାଜପୁର ଥାନାରେ ଅସଦାଚରଣ ନେଇ ଓ ଜଣକ ନାମରେ ବଳାକ୍ରାର କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ପାଇଲା ପରେ ଯାଜପୁର ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍ପି ଶରତ ଚନ୍ଦ୍ର ପାତ୍ର ତୁରନ୍ତ ମାମଲା ରୁଜୁ କରି ବାହାର ଜିଲାରୁ ୪ଜଣ ଅଭିଯୁକ୍ତଙ୍କୁ ୮ ଘଂଟା ମଧ୍ୟରେ ଧରିବା ସହ ଯାଜପୁର ଥାନାରେ ପଚରାଉଚରା କରିଥିଲେ । ସଞ୍ଜିବ ସ୍ୱାଇଁ ନାମକ ହକି ପ୍ରଶିକ୍ଷକ ପୂର୍ବରୁ ଧମକ ଚମକ ଦେଇ ନାବାଳିକା ହକି ଖେଳାଳି ସହିତ ଶାରିରୀକ ସମ୍ପର୍କ ରଖିଥିବା ବେଳେ ଜୁଲାଇ ୩ ତାରିଖରେ ପ୍ରଶିକ୍ଷକ ସାର୍ଥକ ମହାନ୍ତି ଓ ସାଗର କୁମାର ନାୟକ ନାବାଳିକାକୁ ସହରର ଏକ ଲଜ୍କୁ ନେଇ ବଳାକ୍ରାର ଉଦ୍ୟମ କରିଥିବା ବେଳେ ଚିକ୍ରାର କରି ନାବାଳିକା ଜଣକ ପଳାଇ ଆସିଥିଲା । ପରେ ଏନେଇ ଜିଲା କ୍ରୀଡ଼ାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । 
କିନ୍ତୁ ଜିଲା କ୍ରୀଡ଼ାଧିକାରୀ ଘଟଣା ସମ୍ପର୍କରେ ଅତିରିକ୍ତ ଜିଲାପାଳ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇ କୌଣସି କଥା ବୁଝିନଥିଲେ ବୋଲି ପୀଡ଼ିତା ପୁଲିସ  ଓ ମାଜିଷ୍ଟ୍ରେଟ ନିକଟରେ ତାର ବୟାନ ପ୍ରକାଶ କରିଛି । ଯାଜପୁର ପୁଲିସ ପ୍ରଶିକ୍ଷକ ସାଗର ନାୟକକୁ କଟକ ଜିଲା କିଶନନଗର ଥାନା ହୁଲିପୁର ଗ୍ରାମରୁ, ସାର୍ଥକ ମହାନ୍ତି କଟକ ଜିଲା ନେମାଳ ଥାନା ମଲ୍ଲିକାପୁର ଗ୍ରାମରୁ, ସଞ୍ଜିବ ସ୍ୱାଇଁ କଟକ ଜିଲା କିଶାନନଗର ଥାନା ଓଡ଼ପଡ଼ା ଜଶାପଡ଼ା ଗ୍ରାମରୁ ଗିରଫ କରିଥିଲେ । ସଞ୍ଜିବକୁ ଯାଜପୁର ପୁଲିସ ବଳାକ୍ରାର ମାମଲାରେ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ସାର୍ଥକ ମହାନ୍ତି,