ବିସ୍ଥାପିତଙ୍କ ପାଇଁ ଲଢିବ କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ଭବନଠାରେ ଏଆଇସିସି ମାନବିଧିକାର ସଂଘଠନ ପକ୍ଷରୁ ପ୍ରାୟ ୧୫ ଗୋଟି ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ଓ ଶତାଧିକ ସ୍ୱେଚ୍ଛାସେବୀ ସଭାରେ ଯୋଗ ଦେଇଥିଲେ  । ଏହି ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ଏଆଇସିସି ହୁ୍ୟମାନ ରାଇଟ୍ସ ଓଡିଶା ସଭାପତି ସୁରେନ ଶତପଥୀଙ୍କ ଉପସ୍ଥିତିରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ସଭା ଆରମ୍ଭରେ ହୁ୍ୟମାନ ରାଇଟ ସଂଘ ସଭାପତି ଶ୍ରୀ ଶତପଥୀ କର୍ମକର୍ତ୍ତାଙ୍କ ପରିଚୟ ପ୍ରଦାନ କରି ଆମ ସଙ୍ଘ, କଂଗ୍ରେସ ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱ ପ୍ରତି ଦୃଢ ଆସ୍ଥା ନେଇ ଆସିଛି  । କଂଗ୍ରେସ ବିଚାରଧାରା ସହିତ ଆମେ ଲୋକଙ୍କ ଅଧିକାର ଏବଂ ସମସ୍ୟାର ସମାଧାନ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟକରିବୁ ବୋଲି ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପିସିସି ସଭାପତି ଶ୍ରୀ ଦାସ ହୁ୍ୟମାନ ରାଇଟ୍ସର ସଭାକୁ ଉଦବୋଧନ ଦେଇ କହିଲେ ଯେ ରାଜ୍ୟର ୨୦ ଲକ୍ଷ ହିତାଧିକାରୀ ପଟ୍ଟା ପାଇବା ପାଇଁ ହକଦାର ଅଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଇ ଅଧିକାର ସେମାନେ ପାଇ ନାହାନ୍ତି । ସରକାର ଲକ୍ଷ ଲକ୍ଷ ଏକର ଜମି କମ୍ପାନୀ ମାନଙ୍କୁ ଦେଉଥିବା ବେଳେ ଆଦିବାସୀ, ଅଣ ଆଦିବାସୀଙ୍କୁ ତାଙ୍କ ନ୍ୟାଯ୍ୟ ଅଧିକାର ଦେଉନାହିଁ  । ଖଣି ଖାଦାନ ପାଇଁ ହଜାର ହଜାର ଲୋକଙ୍କୁ ବିନା ସରକାରୀ ଭରଣାରେ ନିଜ ଜଙ୍ଗଲ ଜମିରୁ ବିସ୍ଥାପିତ କରାଯାଉଛି ଏବଂ ଏଥିପାଇଁ ଏମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ  । ବେଆଇନ ବିସ୍ଥାପନ, ଉକôଟ ବେକାରୀ ସମସ୍ୟା ଏବଂ ନାରୀ ନିର୍ଯାତନା ବିରୁଦ୍ଧରେ ଘୋର ସଂଗ୍ରାମରେ ଅବତୀର୍ଣ ହେବାକୁ ପଡ଼ିବ ବୋଲି ହୁ୍ୟମାନ ରାଇଟ୍ସ ସ୍ୱେଚ୍ଛାସେବୀ ମାନଙ୍କୁ ପିସିସି ସଭାପତି ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ହୁ୍ୟମାନ ରାଇଟ ଓଡିଶା ସଭାପତି ସୁରେନ ଶତପଥୀ, ଉପସଭାପତି ଡକ୍ଟର ଯତୀନ ଦିଗାଳ ଓ ଦେବୀ ପ୍ରସାଦ ମିଶ୍ର, ସଂଯୋଜକ ରାଜକିଶୋର ସାହୁ, ଅମିତ ମହନ୍ତ, ବାବୁ ଦଳବେହେରା ମଞ୍ଚାସୀନ ଥିଲେ  ।