କେନ୍ଦୁଝରରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ରିପୋର୍ଟ
କେନ୍ଦୁଝର : କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଏସ୍ସି/ଏସ୍ଟି ବିଭାଗ ଅଧୀନରେ ଚାଲିଥିବା ଜଗନ୍ନାଥପୁର ହାଇସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିଦ୍ୟାଳୟକୁ ଗ୍ରସ୍ତ ବେଳେ ଜଣେ ଏଏନଏମ ସନ୍ଦେହ କରି ତିନି ଜଣଙ୍କୁ RBSK କମିଟିକୁ ପଠାଇଥିଲେ। କେନ୍ଦୁଝରରେ ଯାଞ୍ଚ ବେଳେ ଷଷ୍ଠ ଶ୍ରେଣୀର ଜଣେ ଛାତ୍ରୀଙ୍କ ପଜିଟିଭ ବାହାରଥିଲା। ଯାହାକୁ ନେଇ ସନ୍ଦେହ ଉପୁଜିଥିଲା। ପରେ ଚମ୍ପୁଆ ଓ ଯୋଡ଼ା ଡାକ୍ତର ଖାନାରେ ନେଗେଟିଭ ବାହାରିବା ପରେ ଦ୍ୱନ୍ଦ୍ୱରେ ବିଭାଗ ରହିଛି। ତେବେ ଦୁଇ ପ୍ରକାର ରିପୋର୍ଟକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ରହିଥିବା ବେଳେ ଏଭଳି ଖାମଖିଆଲ ରିପୋର୍ଟର ତଦନ୍ତ ଦାବି ହେଉଛି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ମଦନ ମହାନ୍ତ କହିଛନ୍ତି , କେନ୍ଦୁଝରରେ ପଜିଟିଭ ରିପୋର୍ଟ ବାହାରିବା ପରେ ଚମ୍ପୁଆ ଥାନାରେ ଗତ କାଲି ରିପୋର୍ଟ କରିଥିଲୁ। ତେବେ ସେଠାରେ ପୋଲିସ ତଦନ୍ତ ବେଳେ ନେଗେଟିଭ ଜଣାପଡିଛି। ଏଣୁ ଏହାର ପୋଲିସ ତଦନ୍ତ ପରେ ସତ୍ୟା ସତ୍ୟ ଜଣାପଡ଼ିବ। ଅନ୍ୟପଟେ ଏହି ଅଭିଯୋଗ ମିଥ୍ୟା ବୋଲି ଜିଲା ମଙ୍ଗଳ ଅଧିକାରୀ ପ୍ରବୀର୍ କୁମାର ଦେଓ କହିଛନ୍ତି ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
