କଳିଙ୍ଗ ଷ୍ଟାଡିୟମରେ ହେବ ସିନିଅର ଆଥଲେଟିକ୍ସ ଚାମ୍ପିଅନ୍ସିପ୍
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ଆଥଲେଟିକ୍ସ ଅସୋସିଏସନର ଯୁଗ୍ମ ଉଦ୍ୟମରେ ୭୦ତମ ଓଡ଼ିଶା ରାଜ୍ୟ ସିନିଅର ଆଥଲେଟିକ୍ସ ଚାମ୍ପିଅନ୍ସିପ୍ ୨୦୨୪ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ୍ରେ ୧୮-୨୦ ସେପ୍ଟେମ୍ବର ୨୦୨୪ ମଧ୍ୟ ରେ ଅନୁଷ୍ଠିତ ହେବ । ଏହି ୩ ଦିନିଆ ପ୍ରତିଯୋଗିତାରେ ୨୬୮ ମହିଳା ସମେତ ରାଜ୍ୟର ୩୦ଟି ଜିଲ୍ଲାର ପ୍ରାୟ ୯୦୦ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଓଡ଼ିଶା-ରିଲାୟନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ହାଇ-ପରଫର୍ମାନ୍ସ ସେଣ୍ଟର ଓ ଓଡିଶା ସରକାର ଙ୍କର କ୍ରୀଡା ଛାତ୍ରାବାସରେ ଅଭ୍ୟାସ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଓଡ଼ିଶା ପୁଲିସ, ପୋଷ୍ଟାଲ୍ ସେବା, ବିଏସ୍ଏନ୍ଏଲ୍ ଓ କିଟ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଅଂଶଗ୍ରହଣକାରୀମାନେ ଏହି କ୍ରୀଡା ପ୍ରତିଯୋଗିତା ଅଂଶଗ୍ରହଣ କରିବେ । ଓଡ଼ିଶା ଆଥଲେଟିକ୍ସ ଅସୋସିଏସନର ପ୍ରବୋଧ ମହାନ୍ତିଙ୍କ ଅନୁସାରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା କ୍ରୀଡ଼ାବିତ ମାନଙ୍କ ପାଇଁ ଏକ ମଞ୍ଚ ସୃଷ୍ଟି କରିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଭବିଷ୍ୟତ ରେ ସହାଯ୍ୟ କରିବ । "ଏହି ପ୍ରତିଯୋଗିତାରୁ ଆମେ ସେମାନଙ୍କୁ ବାଛିବା, ଯେଉଁମାନେ ଓପେନ ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିବେ । ଏହା ତାଙ୍କୁ ଜାତୀୟ ପରିପେକ୍ଷୀ ରେ ଅଧିକ ଅଭିଜ୍ଞତା ଦେବାକୁ ସାହାଯ୍ୟ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରଧାନ ସଚିବ ଭାସ୍କର ଜ୍ୟୋତି ସର୍ମା କଳିଙ୍ଗ ଷ୍ଟାଡିଅମ୍ରେ ଏହି ପ୍ରତିଯୋଗିତାକୁ ଆୟୋଜନ କରିବାକୁ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ।