ବିଜେଡିରେ ବର୍ଷା ପ୍ରିୟଦର୍ଶିନୀ

ବିଜେଡିରେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର:  ଏକ ବଡ଼ ଖବର ସାମନାକୁ ଆସିଛି । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରିଛି ।   ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ବିଜେଡିରେ ମିଶିଛନ୍ତି ।

ଭୁବନେଶ୍ୱରସ୍ଥ ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବର୍ଷା ବିଜେଡିରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି । ନିକଟରେ ଅନୁଭବ ମହାନ୍ତି ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଅନେକ ଦିନ ଧରି ବର୍ଷା ବିଜେଡ଼ି ପାଇଁ କାମ କରିଆସୁଛନ୍ତି । ଦଳୀୟ ପ୍ରଚାରରେ ସବୁବେଳେ ବର୍ଷାଙ୍କୁ ହିଁ ଖୋଜା ପଡୁଥିଲା । ନବୀନ ନିବାସ ଯାଇ ସେ ଅନୁଭବଙ୍କ ସହ ବିବାଦ ନେଇ ଅବଗତ କରାଇଥିଲେ । ଏପରିକି ଅନୁଭବଙ୍କୁ ତାଗିଦ କରିବା ସତ୍ୱେ ସେ ନଶୁଣିବାରୁ ତାଙ୍କୁ ଦଳରୁ କୋଣଠେସା କରାଯାଇଥିଲା । ତେବେ ବିଜେଡ଼ି ବର୍ଷାଙ୍କୁ ଟିକେଟ ଦେବକି ନାହିଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସେ ଦଳର ତାରକା ପ୍ରଚାରକ ହେବା ନିଶ୍ଚିତ ବୋଲି କୁହାଯାଉଛି ।