ସେପ୍ଟେମ୍ବରରେ କଂଗ୍ରେସ ଜିଲ୍ଲା ସଭାପତି ନିଯୁକ୍ତି
ସେପ୍ଟେମ୍ବରରେ କଂଗ୍ରେସ ଜିଲ୍ଲା ସଭାପତି ନିଯୁକ୍ତି ଦିଆଯିବ । ଦିଲ୍ଲୀରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବା ପରେ ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତିଯେ, ୩୫ଟି ଜିଲ୍ଲାର ସଭାପତି ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ଆସିବେ । ୩୫ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜିଲ୍ଲା ଗସ୍ତ କରି କର୍ମୀ ଓ ସାଧାରଣ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବେ । ସେପ୍ଟେମ୍ବର ୨ରୁ ସେମାନେ ଜିଲ୍ଲା ଗସ୍ତ କରିବା ସହ ସେପ୍ଟେମ୍ବର ୧୪ ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ । ସମାଜର ସବୁ ବର୍ଗର ୬ ଜଣ ଲୋକଙ୍କୁ ଚୟନ କରିବେ । ‘କଂଗ୍ରେସ ସଂଗଠନ ସୃଜନ’ ବ୍ୟବସ୍ଥା ଆଧାରରେ ଜିଲ୍ଲା ସଭାପତି ନିଯୁକ୍ତି କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି ।