କଂଗ୍ରେସରେ ସାମିଲ ହେଲେ ଭିନେଶ ଓ ବଜରଙ୍ଗ

କଂଗ୍ରେସରେ ସାମିଲ ହେଲେ ଭିନେଶ ଓ ବଜରଙ୍ଗ

ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ପୂର୍ବରୁ ହାତ ଧରିଲେ ଦୁଇ ରେସଲର। ହରିଆଣାରେ ଅଡୁଆରେ ବିଜେପି କଂଗ୍ରେସକୁ ମିଳିଲା ବଳ। ଶୁକ୍ରବାର ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ। କଂଗ୍ରେସରେ ସାମିଲ ହେବା ପୂର୍ବରୁ ଭିନେଶ ଓ ବଜରଙ୍ଗ ଦିଲ୍ଲୀରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ। ଏହାପରେ ପାର୍ଟି କାର୍ୟ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି।
ଦଳରେ ସାମିଲ ହେବାପରେ ବଡ ବୟାନ ଦେଇଛନ୍ତି ଭିନେସ। ସେ କହିଛନ୍ତି ଖରା ସମୟରେ ହିଁ ଜଣାପଡିଥାଏ କିଏ ନିଜର, ଯେତେବେଳେ ଆମକୁ ବିଚ ରାସ୍ତାରେ ଘୋଷଡା ଯାଇଥିଲା ସେତେବେଳେ ବିଜେପିକୁ ଛାଡି ସମସ୍ତ ବିରୋଧୀ ଦଳ ଆମ ସହ ଛିଡା ହୋଇଥିଲେ। ଆଜି ଠାରୁ ନୂଆ ଇନିଂସ ଆରମ୍ଭ ହେବାକୁ ଯାଉଛି ଯାହାକୁ ନେଇ ସେ ଗର୍ବିତ ବୋଲି କହିଛନ୍ତି। ଏହାସହ ବିଜେପି ଉପରେ ବର୍ଷିଛନ୍ତି ଦୁଇ ରେସଲର।
ସେପଟେ କଂଗ୍ରେସରେ ସାମିଲ ହେବାପରେ ବିଜେପିକୁ କଡା ସମାଲୋଚନା କରିଛନ୍ତି ବଜରଙ୍ଗ ପୁନିଆ। ସେ କହିଛନ୍ତି ବିଜେପି ଆଇଟି ସେଲର ଉଦ୍ଦେଶ୍ୟ କେବଳ ରାଜନୀତି କରିବା। ଜନ୍ତରମନ୍ତରରେ ଯାହା କିଛି ହୋଇଥିଲା ସେଥିରେ ବିଜେପିର ବଡ ହାତ ଥିଲା। ଭିନେଶ ପ୍ୟାରିସ ଅଲିମ୍ପିକ୍ସ ଫାଇନାଲରେ ଅଯୋଗ୍ୟ ଘୋଷିତ ହେବାପରେ ଉତ୍ସବ ମନେଇଥିଲେ ବିଜେପି ଆଇଟି ସେଲର ସଦସ୍ୟ ବୋଲି ଅଭିଯୋଗ କରିଛନ୍ତି ପୁନିଆ।