ରାଜନୀତି ଛାଡ଼ିଲେ ପାଣ୍ଡିଆନ୍‌

VK pandian Naveen Pattanaik

ରାଜନୀତି ଛାଡ଼ିଲେ ପାଣ୍ଡିଆନ୍‌

ଭୁବନେଶ୍ୱର : କଥା ଦେଇ କଥା ରଖିଲେ  । ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଅବସର ନେଇଗଲେ  । ନିର୍ବାଚନରେ ହାରିଲେ ସେ ରାଜନୀତି ଛାଡ଼ିବେ ବୋଲି କହିଥିଲେ  । ଏବେ ସେ ଭିଡ଼ିଓ ବାର୍ତ୍ତାରେ କ୍ଷମା ପ୍ରାର୍ଥନା କରିବା ସହ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି  ।

ପାଣ୍ଡିଆନ୍‌ କହିଛନ୍ତିଯେ, ଜୟ ଜଗନ୍ନାଥ  । ମୁଁ ଏକ ସାଧାରଣ ପରିବାରୁ ଆସିଛି  । ମୋ ସ୍ୱପ୍ନ ଥିଲା ଆଇଏଏସ ହେବା  । ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ମୁଁ ଆଇଏଏସ ହେଲି  । କେନ୍ଦ୍ରାପଡ଼ାରେ ମୋର ପରିବାର ଥିବାରୁ ମୁଁ ଓଡ଼ିଶା ଆସିଲି  । ଧର୍ମଗଡ଼, ରାଉରକେଲା, ମୟୂରଭଞ୍ଜ, ଗଞ୍ଜାମରେ ମୁଁ କାମ କଲି  । ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ମୁଁ ତାଙ୍କ ସହ କାମ କରିଛି  । ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ଦିନରାତି ପରିଶ୍ରମ କରୁଥିଲି  ।  ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ, ମନ୍ଦିର ପୁନରୁଦ୍ଧାର, ଯୁବଛାତ୍ରଙ୍କ ପାଇଁ କାମ କରୁଥିଲି  । ୫ଟି ସ୍କୁଲ ଜରିଆରେ ରୂପାନ୍ତରିତ ହେଲା  । କୋଭିଡ଼ ବେଳେ ୩୦ ଜିଲ୍ଲା ଯାଇଛି  । ଏହି ସମୟରେ ଫନି ଓ ଫାଇଲିନ୍‌ ଦେଖିଛୁ  । ମୁଁ ଚାକିରୀରୁ ଅବସର ନେଇ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ସହଯୋଗ କଲି  । ମୁଁ ତାଙ୍କୁ କେବଳ ସାହାଯ୍ୟ କରୁଥିଲି  । ବୋଧହୁଏ ମୁଁ ଠିକ ସମୟରେ କିଛି ନ୍ୟାରେଟିଭ ସମ୍ପର୍କରେ ଭଲଭାବେ କହିପାରିନଥିଲି  ।  ମୁଁ ପଦବୀ ନେଇନି କି ପ୍ରାର୍ଥୀ ହୋଇନି  । ଗତ ୧୨ ବର୍ଷ ଧରି ମୁଁ ଦିନରାତି କାମ କରିଛି  । ଏବେ ମୋର ସମ୍ପତ୍ତି କେବଳ ପୈତୃକ ସମ୍ପତ୍ତି  । ମୁଁ ଚାକିରୀ କରିବା ବେଳେ ଯେତିକି ଥିଲା ଏବେ ବି ସେତିକି ଅଛି  । ଓଡ଼ିଶାବାସୀ ମୋତେ ଭଲପାଇବା ଦେଇଛନ୍ତି  । କେବଳ ନବୀନଙ୍କୁ ସହଯୋଗ କରିଥିଲି  । ଯଦି ମୁଁ କାହାକୁ ଆଘାତ ଦେଇଥିବି ତେବେ ଦୁଃଖିତ   । ଯଦି ମୁଁ ବିଜେଡ଼ି ହାରିବା ପାଇଁ ଦାୟୀ, ତେବେ କ୍ଷମା ମାଗୁଛି  । ଆଉ ସକ୍ରିୟ ରାଜନୀତିରେ ରହିବି ନାହିଁ ବୋଲି ପାଣ୍ଡିଆନ୍‌ କହିଛନ୍ତି  ।