ଲୁଟେରା କୋର୍ଟ ଚାଲାଣ

 ସୁକିନ୍ଦା: କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଛକ ନିକଟରୁ ଜଣେ ଯୁବକଙ୍କ ଠାରୁ ଟଙ୍କା ଓ ମୋବାଇଲ ଝାମ୍ପି ନେବା ଅଭିଯୋଗରେ ପୁଲିସ ରାମଠେଙ୍ଗା ଗ୍ରାମ ଦିପୁ ପିଙ୍ଗୁଆକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନା ମୁତାବକ ଖରାଖାଇ ଗ୍ରାମ ବାବୁଲା ମହାନ୍ତ ଡୁବୁରୀ ଛକରେ ଠିଆ ହୋଇଥିବା ସମୟରେ ଦିପୁ ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ଛଡେଇ ନେଇ ଚମ୍ପଟମାରିଥିଲା । ଏନେଇ ବାବୁଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ରାମଠେଙ୍ଗା ଗ୍ରାମରୁ ଦିପୁକୁ ଗିରଫ କରିଥିଲା ।