ବିସ୍ଫୋରକ ଭର୍ତ୍ତି ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ

ବାଲେଶ୍ବର ଜିଲ୍ଲା ସୋର ତଳନଗର ନିକଟରେ ବିସ୍ଫୋରକ ଭର୍ତ୍ତି ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣା । ବିସ୍ପୋରକ ସାମଗ୍ରୀ ତଥା ଜିଲଟିନ୍ ଭର୍ତ୍ତିଥିବା ପିକ୍ଅପ୍ ଭ୍ୟାନ୍ଟି ଭୁବନେଶ୍ୱରରୁ ସୋର ଅଭିମୁଖେ ଆସୁଥିଲା । ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଭାରସାମ୍ୟ ହରାଇ ଗତକାଲି ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଗାଡିଟିକୁ ଜବତ କରି ସୋର ଥାନାକୁ ନେଇଥିବା ବେଳେ ଏହାର ଚାଳକ ଫେରାର ହୋଇଯାଇଛନ୍ତି । ଉକ୍ତ ବିସ୍ପୋରକ ଗାଡିଟି ବାଗୁଡି ପଥର ଖଦାନକୁ ଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ବେଳେ ଏହି ବିସ୍ପୋରକ ବ୍ୟବହାର କରି ମାଫିଆ ମାନେ ବନ୍ଦ ଥିବା ଖଦାନରୁ କୋଟି କୋଟି ଟଙ୍କାର ପଥର ଲୁଟ୍ କରୁଥିବା ଅଭିଯୋଗ ହୋଇଛି ।