ମଦ ଜବତ, ୪ କୋର୍ଟ ଚାଲାଣ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲ ।ପାଳଙ୍କ ନିଦେ୍ର୍ଦଶକ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ଡେରାବିଶ ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚାତରଚକୋଡା ଗ୍ରାମର ଚିନ୍ମୟ ମହାନ୍ତିଙ୍କ ଠାରୁ ୨୮ ଲିଟର ବିଦେଶୀ ମଦ ଓ ଟିଟନ ସେଠୀଙ୍କ ଠାରୁ ଗୋଟିଏ ମୋଟର ସାଇକଲ ସହ ୪୫ ଲିଟର ଦେଶୀ ମଦ, ଚାତରପଟଣା ଗ୍ରାମର ରଘୁନାଥ ନାୟକଙ୍କ ଠାରୁ ୨୫ ଲିଟର ଓ ସାନ୍ତାସାହି ଗ୍ରାମର ମନରଞ୍ଜନ ସାହୁଙ୍କ ଠାରୁ ୩୭ ଲିଟର ଦେଶୀ ମଦ ଜବତ କରି ଏମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ସମୁଦାୟ ୧୩୫ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଏହି ଚଢ ।ଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଳିକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।