‘ବିଶ୍ୱାୟନ ସଂସ୍କୃତି ଓ କବିତାର ଭୂମିକା' ଆଲୋଚନାଚକ୍ର
କେନ୍ଦ୍ରାପଡା: କେନ୍ଦ୍ରାପଡା ସିମ୍ଫୋନି ଅନୁଷ୍ଠାନ ଦ୍ୱାରା ଆୟୋଜିତ ବିଶ୍ୱାୟନ ସଂସ୍କୃତି ଓ କବିତାର ଭୂମିକା ଆଲୋଚନା ଚକ୍ର ପୈାରାଞ୍ଚଳ ଅନ୍ତର୍ଗତ କଜଳାଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ କବି ଅଂଶଗ୍ରହଣ କରିଥିଲେ । ପ୍ରବାସୀ ଓଡିଆ ଓ ଆମେରିକୀୟ କବି ପ୍ରଦୀପ ମହାପାତ୍ରଙ୍କ ସହ ଏକ ଭାବ ବିନିମୟ ସହ ସ୍ଥାନୀୟ ମାଧପୁରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱାୟନ ସଂସ୍କୃତି ଓ ପରିବର୍ତ୍ତିତ ଯୁଗ ଋଚି କବିତାର ଭୂମିକା ଶୀର୍ଷକ ଆଲୋଚନା କ୍ରରେ ସମକାଳୀନ ବିଶିଷ୍ଟ କବି ବୃନ୍ଦାବନ ଦାସ, ପ୍ରାଧ୍ୟାପକ ତ୍ରିଲୋଚନ ପ୍ରଧାନ, ପ୍ରେମାନନ୍ଦ ଖଣ୍ଡୁଆଳ, ପ୍ରମୋଦ ସିଂ, ଡକ୍ଟର ବିନାୟକ ପ୍ରସାଦ ପ୍ରଧାନ, ଡକ୍ଟର ହିମାଂଶୁ ପରିଡା, ଶୁକାନ୍ତ କୁମାର ପ୍ରଧାନ, କବି ରଞ୍ଜନ ବାଇ, କଥାକାର ବଂଶୀଧର ମହାନ୍ତି, କବି ଓ ଅନୁଷ୍ଠାନର ସଂଯୋଜକ ସୁକ୍ଷ୍ମାଂଶୁ କୁମାର ଦାସ, ଗୋଲାପ ରାଉତ, ପୂଜାଶ୍ରୀ ସେଠୀ, ଜୟଶ୍ରୀ ଖଟୁଆ, ପ୍ରତାପ ସ୍ୱାଇଁ, ଜିତ ପ୍ରକାଶ, କ୍ଷୀରୋଦ କର, ପ୍ରିୟବ୍ରତ ଦାସ ପ୍ରମୁଖ ଯୋଗଦେଇ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଏହି ସାରସ୍ୱତ କାର୍ଯ୍ୟକ୍ରମକୁ କବି ଓ କଥାକାର ବରିଷ୍ଠ ପ୍ରଶାସନିକ ଅଧିକାରୀ ବିରଜା ରାଉତରାୟ ସଂଚାଳନ କରିଥିଲେ ।