ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୧୨ କୋର୍ଟ ଚାଲାଣ
ରାଇଘର ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତ ହାତୀବେନା ଡିଏନକେ ଗ୍ରାମରେ ଜମିଜମାକୁ କେନ୍ଦ୍ରକରି ପୂର୍ବରୁ ଗଣ୍ଡଗୋଳ ଲାଗିରହିଥିବା ବେଳେ ଗ୍ରାମର ୧୨ ପରିବାରଙ୍କୁ ଗ୍ରାମବାସୀ ବାସନ୍ଦ କରି ରଖିଛନ୍ତି । ଏହି ଗଣ୍ଡଗୋଳକୁ ଜିଲ୍ଲାପାଳ, ପୁଲିସ ଅଧିକାରୀ, ତହସିଲଦାର, ରାଇଘର ବିଡିଓଙ୍କ ସମେତ ସମସ୍ତ ସରକାରୀ କର୍ମଚାରି ହାତୀବେନା ଡିଏନକେ ଗ୍ରାମରେ ଯାଇ ଉଭୟ ବାସନ୍ଦ ପରିବାର ଏବଂ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ କିନ୍ତୁ କିଛି ସମାଧାନ ହୋଇନଥିଲା । ଶୁକ୍ରବାର ପୁଣି ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଛି ଶୁକ୍ରବାର ବାସନ୍ଦ ଏବଂ ଗ୍ରାମବାସୀ ଉଭୟଦଳ ମାରପିଟ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅଧିକ ଆଘାତ ହୋଇଥିବାରୁ ଆହତଙ୍କୁ ଉମରକୋଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମେଡିକାଲ ଭିତରେ ପୁଲିସ ସମ୍ମୁଖରେ ଗୋଟେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କୁ ମାଡ଼ ମାରିବାର ଦେଖିବାକୁ ମିଳିଥିଲା ଘଟଣାସ୍ଥଳରେ ଉମରକୋଟ ଏସ୍ଡିପିଓଙ୍କ ସମେତ ସମସ୍ତ ପୁଲିସ ଅଧିକାରୀ ପହଞ୍ଚି ଉଭୟ ଦଳଙ୍କୁ ଡାକି ସମାଧାନ ପାଇଁ ବସିଥିଲେ କିନ୍ତୁ ସମାଧାନ କିଛି ହେଇପାରିଲା ନାହିଁ । ଉଭୟ ପକ୍ଷ ରାଇଘର ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଇଘର ଥାନା କେସ ନମ୍ବର ୧୮୬/୨୪ ଓ ୧୮୭/୨୪ରେ ରୁଜୁ କରି ଶନିବାର ଉଭୟ ପକ୍ଷର ୧୨ ଜଣକୁ ଗିରଫ କରି କୋର୍ଟ ଚଳାଣ କରିଥିବା ଜଣାପଡିଛି ।