ବିଦ୍ୟାଳୟ ପ୍ରତିଷ୍ଠାତା ଗଣେଶ ପ୍ରସାଦ ପଣ୍ଡାଙ୍କ ବିୟୋଗ
ବନ୍ତ: ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ଖଗେଶ୍ୱର ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅନୁଷ୍ଠାନ ପ୍ରେମୀ, ପରୋପକାରୀ ଆଗଧାଡିର ବ୍ୟକ୍ତିତ୍ୱ ଗଣେଷ ପ୍ରସାଦ ପଣ୍ଡା ( ୮୩) ବର୍ଷ ବୟସରେ ବୁଧବାର ଭୋର ସମୟରେ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ବନ୍ତ ବ୍ଲକରେ ଶୋକର ଛାୟା ଖେଳିଯାଇଛି । ଛାୟାଳସିଂହ ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ସମେତ ସାଂସଦ ପ୍ରତିନିଧି ସନ୍ତୋଷ ନାୟକ, ପୂର୍ବତନ ସରପଂଚ କମଳା କାନ୍ତ ସାହୁ, ପୂର୍ବତନ ସମିତି ସଭ୍ୟ ବିଜୟ ନାୟକ, ଭଣ୍ଡାରି ପୋଖରିର ବିଧାୟକ ସଂଜୀବ ମଲ୍ଲିକ, ବିଜେପି ବିଧାୟକ ପ୍ରାଥୀ ଶୁଧାଂଶୁ ଶେଖର ନାୟକ, ଶିକ୍ଷାବିତ୍ ଖଗେଶ୍ୱର ପଣ୍ଡା, ରନôାକର ବାଇ, ଅଲେଖ ଚନ୍ଦ୍ର ନାୟକ, ପୁରୁଷୋତ୍ତମ ଦାସ, ମନୋରଞ୍ଜନ ପାଢ଼ୀ ଏବଂ ଶ୍ରୀ ଭାସ୍କର ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖାଗ୍ନୀ ବଡ ପୁଅ ଦୁର୍ଗା ଚରଣ ପଣ୍ଡା ପ୍ରଦାନ କରିଥିବା ବେଳେ ଶବାଧାରକୁ କୀର୍ତନ ମଣ୍ଡଳୀ ଦ୍ୱାରା ଗ୍ରାମ ବଜାର ପରିକ୍ରମା ପରେ ନିଜ ବାଡ଼ିରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।