କୋଭିଡ ସମୟରେ କମିଛି ରୋଗ ପ୍ରତିରୋଧକ ଶକ୍ତି। ଏହାର ପ୍ରଭାବରେ ମିଳିମିଳା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସାରା ରାଜ୍ୟ ଉପରେ ନଜର ରହିଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାତିଗୁଡା ଗାଁ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ମିଳିମିଳା ବ୍ୟାପିଥିବା ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଏହାର ଅନୁଧ୍ୟାନ କରିଛନ୍ତି। ୩୦ଜଣ ରୋଗୀ ଥିଲେ। ସମସ୍ତେ ଠିକ ଥିବା କହିଛନ୍ତି । ହେଲେ ୫ଜଣ ଏବେ ବି ମିଳିମିଳା ଆକ୍ରାନ୍ତ ଅଛନ୍ତି। ସେ ଅଞ୍ଚଳ କନଟେନମେଣ୍ଟ ହୋଇଛି। କୋଭିଡ ସମୟରେ ରୋଗ ପ୍ରତିଷେଧକ କମିଛି, ତେଣୁ ଏଥିପାଇଁ ଅଧିକ ମିଳିମିଳା ବ୍ୟାପୁଛି ବୋଲି ପ୍ରାଥମିକ ସ୍ତରରେ ଜଣାପଡିଛି। ପୁରୀ ଜିଲ୍ଲାରେ ମିଳିମିଳା ମାମଲା ଆସିଛି। ଯାହା ଅନୁଧ୍ୟାନ କରାଯାଉଛି। ସାରା ରାଜ୍ୟ ଉପରେ ନଜର ରଖାଯାଇଛି ।