ପାଠ ପଢାଉ ନାହାନ୍ତିି ସିଆରସିସି
ତିର୍ତ୍ତୋଲରୁ ସୁଶୀଲ କୁମାର ମହାପାତ୍ର: ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧୀନରେ ସିଆରସିସି ସ୍ତରରେ ଅଦଳବଦଳ ହୋଇଛନ୍ତି । ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇ ଚାକିରି ହାତେଇଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ନୂତନ ଭାବେ ଯୋଗଦେଇଥିବା ସିଆରସି ମାନେ ଶିକ୍ଷକ ମାନଙ୍କ ଉପରେ ହୁକୁମ ଚଳାଉଥିବା ଦେଖାଯାଇଛି । ସିଆରସିସି ମାନେ ନିଜକୁ (ବ୍ଲକ ଶିକ୍ଷାଅଧିକାରୀ) ବିଡିଓଙ୍କ ଭଳି ବିଦ୍ୟାଳୟରେ ଶିକ୍ଷକ ମାନଙ୍କ ଉପରେ ତାଗିଦ କରୁଥିବା ନେଇ ଅଭିଯୋଗ ଉଠୁଛି । ଆଉ କେତେକ ଶିକ୍ଷକ ମାନେ ଘରୋଇ ଟିଉସନ କରି କଟକ ଓ ଭୁବନେଶ୍ୱର ଭଳି ସହରରେ ଯାଗା କିଣି ବଡ଼ ଫ୍ଲାଟ ଘର କରିବାପାଇଁ ଯୋଜନା ଚଳାଇଛନ୍ତି । ଘରେ ନପଶୁଣୁ ଚାଳ ବାଜିବା ସଦୃଶ ନୂତନ ସିଆରସିସି ମାନେ ପୁରାତନ ସିଆରସିସି ମାନଙ୍କ ବିରୋଧରେ କହିବା ଆରମ୍ଭ କଲେଣି । ସିଆରସିସି ମାନେ ଧରାକୁ ସରା ମନେ କରି ନିଜେ ବିଦ୍ୟାଳୟରେ ପାଠ ନ ପଢାଇ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପରେ ରୋବାବ ଝାଡୁଥିବାନେଇ ଆଲୋଚନା ହେଉଛି । କେତେକ ସିଆରସିସି ବିଦ୍ୟାଳୟରେ ପାଠ ପଢାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନାମ ଗୋପନ ସର୍ତ୍ତରେ ଅଭିଯୋଗ ଉଠାଇଲେଣି । ସିଆରସିସି ମାନଙ୍କ କାର୍ଯ୍ୟ ହେଉଛି ଶିକ୍ଷକ ମାନଙ୍କ ସହିତ ସମନ୍ୱୟ ରକ୍ଷା କରିବା । ନିଜ ଉପରେ ଦୋଷ ଆସିବାପୂର୍ବରୁ ଅନ୍ୟର ଦୋଷକୁ ପଦାରେ ପକାଇ ବାଃ ବାଃ ନେବାପାଇଁ ସିଆରସିସି ମାନେ ଭାଷଣବାଜି ଚଳାଇଛନ୍ତି । ଯାହାକୁ ନେଇ ପୁରାତନ ଓ ନୂତନ ସିଆରସିସିଙ୍କ ମଧ୍ୟରେ ଛକା ପଞ୍ଝା ଚାଲିଥିବା ଶୁଣିବାକୁ ମିଳିଛି ।