ମା’, ବାପା ସହ ଭଉଣୀକୁ ପଥରରେ ଛେଚି ହତ୍ୟା

ଜଗତସିଂହପୁର : ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ବାପାମା’ ସହ ଭଉଣୀକୁ ହତ୍ୟା କରିଛି ଭାଇ। ଏଭଳି ଚାଞ୍ଚଲ୍ୟକର ହୃଦୟବିଦାରଙ୍କ ଘଟଣା ଘଟିଛି ଜଗତସିଂହପୁର ଜିଲା ସଦର ଥାନା ଜୟବଡ଼ ଗାଁରେ। ଅଭିଯୁକ୍ତ ଯୁବକ ପଥରରେ ଛେଚିଛେଚି ହତ୍ୟା କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ଯୁବକ +୨ରେ ପାଠ ପଢୁଛନ୍ତି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତଂକୁ ଅଟକ ରଖିଛି।