ମ୍ୟାଲେରିଆ ଓ ଡାଇରିଆ ନିୟନ୍ତ୍ରଣ ନେଇ ଟାସ୍କ ଫୋର୍ସ ବୈଠକ

 ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯାଳୟ ସ୍ଥିତ ସଦଭାବନା ଗୃହରେ ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ମ୍ୟାଲେରିଆ ଓ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଳାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବ୍ଲକ, ଗ୍ରାମ ଓ ପୌରାଞ୍ଚଳରେ ମ୍ୟାଲେରିଆ ଓ ଡାଇରିଆ ପାଇଁ ବ୍ୟାପକ ଜନ ସଚେତନତା କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଳା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ ରାଜେନ୍ଦ୍ର କୁମାର ପାଣିଗ୍ରାହୀ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରାଥନା ପୂର୍ବରୁ ଜଳ ବାହିତ ରୋଗ ଓ ଭେକ୍ଟର ବାହିତ ରୋଗ ବିଷୟରେ ଆଲୋଚନା କରାଯିବ ଓ ପ୍ରତି ଆଦିବାସୀ ଆବାସିକ ବିଦ୍ୟାଳୟରେ ଜୁଲାଇ ମାସରେ ମେଲେରିଆ ପାଇଁ ରକ୍ତ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଥିଲେ । ଏତଦ୍ ବ୍ୟତୀତ ଆଶା ଓ ଅଙ୍ଗନବାଡି ଘରକୁ ଘର ବୁଲି ଓଆରଏସ ଓ ଜିଙ୍କ ବଣ୍ଟନ କରିବେ ଓଡାଇରିଆ ଅଭିଯାନ ୧୬ ଜୁନ ରୁ ୩୧ ଜୁଲାଇ ପର୍ଯନ୍ତ ଚାଲୁ ରହିବ ବୋଲି ସେ କହିଥିଲେ । ଜିଲ୍ଳା ଜନସ୍ୱାସ୍ଥ୍ୟ ଅଧିକାରୀ ଡ ଶତ୍ରୁଘ୍ନ ଦାସ, ଜିଲ୍ଳା ଚିକିସ୍ଥା ଅଧିକାରୀ ଡ଼ା ସରୋଜ ଜେନା, ଅତିରିକ୍ତ ଜିଲ୍ଳା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ ବାସନ୍ତୀ ପାଲ, ଜିଲ୍ଳା କାର୍ଯକ୍ରମ ପରିଚାଳକ ସୋନାଲୀ ପ୍ରିୟଦର୍ଶିନୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଡିପିସି ମିଶନ ଶକ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।