ବାର୍ଡଫ୍ଲୁକୁ ନେଇ ଚିନ୍ତା ଆଶା ଆଶଙ୍କାରେ କୁକୁଡା ବ୍ୟବସାୟୀ
ାା ପ୍ରଭାନୁ୍ୟଜ୍ ।ା ତାଳଚେର,: ରାଜ୍ୟରେ ବାର୍ଡଫ୍ଲୁ ଚିହ୍ନଟ ହେବାପରେ ତାଳଚେର କୁକୁଡା ମାଂସ ବ୍ୟବସାୟୀଙ୍କ ମହଲରେ ଚିନ୍ତା ପ୍ରକଟ ହେଲାଣି । ଆଗାମୀ କିଛିଦିନ ପାଇଁ ଚିକେନ୍ ନଖାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶକ ଡାକ୍ତର ବିଜୟ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି । ତେବେ ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ । ସରକାର ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଯାହା ପଦକ୍ଷେପ ନେବା ଦରକାର ତାହା ନେଉଛନ୍ତି ବୋଲି ସେ ପ୍ରକାଶ କହିଛନ୍ତି । ଏବେ ଓଡିଶା ରାଜ୍ୟ ପିପିଲି ଅଂଚଳରେ ବ୍ୟାପିଥିବା ବାର୍ଡଫ୍ଲୁ ପାଇଁ ଆତଙ୍କିତ ହେଉଥିବା ବେଳେ ତାଳଚେରର ବିଭିନ୍ନ ଏହାକୁ ନେଇ ଏବେ ଆଶା ଅଶଙ୍କା ସୃଷ୍ଟି ହୋଇଛି । ବାର୍ଡଫ୍ଲୁ ଯେଭଳି ଅଧିକ ନବ୍ୟାପିବ ସେଥିପାଇଁ ଭେଟେନାରୀ ବିଭାଗ କାର୍ଯ୍ୟ କରୁଛି ବୋଲି ବିଭାଗ ପକ୍ଷରୁ ଜଣାପଡିଛି । ତେବେ ଏହାକୁ ନେଇ ତାଳଚେରବାସୀଙ୍କ ସ୍ୱାର୍ଥକୁ ପ୍ରଶାସନ ଦୃଷ୍ଟିଦେଇ ବାହାର ଅଂଚଳରୁ ଆସୁଥିବା କୁକୁଡାକୁ ତନଖିବା ନିତ୍ୟାନ୍ତ ଆବଶ୍ୟକତା ରହିଛି ବୋଲି ଅଂଚଳବାସୀ ମତ ପ୍ରକାଶ କରିଛନ୍ତି ।