ବନ୍ୟା ପାଣିରେ ବୁଲୁଛି ବିରାଟ କୁମ୍ଭୀର
ବନ୍ୟା ପାଣିରେ ବୁଲୁଛି କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଓସ୍ତିଆ ଗାଁକୁ ମାଡ଼ି ଆସିଛି ବନ୍ୟା ପାଣି । ତେବେ କୁମ୍ଭୀରଟି ବନ୍ୟା ପାଣିରେ ବୁଲୁଥିବା ବେଳେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗାଁ ଲୋକମାନେ କୁମ୍ଭୀର ଭୟରେ ଘରୁ ବାହାରକୁ ବାହାରୁନାହାନ୍ତି । ଗାଁ ଚାରିପାଖରେ ପାଣି ଜମି ରହିଥିବା ବେଳେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତା’ ଭିତରେ କୁମ୍ଭୀର ଭୟ ଲୋକଙ୍କ ଚିନ୍ତା ବଢ଼ାଇଛି । ଅନେକ ସମୟରେ କେନ୍ଦ୍ରାପଡ଼ାରେ କୁମ୍ଭୀର ଟାଣିନେବାର ଖବର ସାମ୍ନାକୁ ଆସିଛି । ଲୋକଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଛି । ତେଣୁ ଏଥିପ୍ରତି ବନବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ଦାବି ହୋଇଛି ।
ଲଗାଣ ବର୍ଷା ଯୋଗୁଁ ବାଲେଶ୍ବରର ତଳିଆ ଅଞ୍ଚଳ , କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜମିବାଡ଼ି ସବୁଠି ଖାଲି ପାଣି ପାଣି । ଏଭଳି ସମୟରେ ତଳିଆ ଅଞ୍ଚଳକୁ ବନ୍ୟା ପାଣିରେ କୁମ୍ଭୀର ପଶିଆସିଥିବା ଲୋକେ ଦେଖିବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ଦେଖାଦେଇଛି । ଫଳରେ ଘରୁ ବାହାରିବାକୁ ଲୋକେ ଡରୁଛନ୍ତି ।