ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ବର: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ କରାଯାଇଛି। ଆଡ଼ିସିନାଲ ସେସନ୍ସ ଜଜ-୧ ଅଭିଯୁକ୍ତ ସାହାଜାନ ଖାଁ ଓରଫ ସନିଆକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି । ୨୦୨୧ ମସିହାରେ ବାଲିପାଟଣା ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା ।  କେସ ନମ୍ବର ୧୧/୨୦୨୧ରେ ମାମଲା ରୁଜୁ ହୋଇଥିଲା। ତଦନ୍ତକାରୀ ଅଧିକାରୀ ଭାବେ ପୁଷ୍ପାଲତା ରାଉତରାୟ ଓ ରାକେଶ କୁମାର ସାମଲ କୋର୍ଟରେ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିଥିଲେ।  ପୀଡିତାଙ୍କ ବୟାନ,ସାକ୍ଷୀଙ୍କ ସାକ୍ଷ୍ୟ ଆଧାରରେ  କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି।  ସରକାରୀ ଆଜନଜୀବୀ ଭାବେ ସ୍ପେଶାଲ ପିପି ରାଜୀବ ସାସମଲ, ଅତିରିକ୍ତ ପିପି ବଳରାମ ଦେଓ କେସ୍ ପରିଚାଳନା କରିଥିଲେ।