ସର୍ବଭାରତୀୟ JEE ମେନ୍ରେ ଛତ୍ରପୁରର ବିଷ୍ଣୁପ୍ରସାଦ ଶତପଥୀ ସଫଳ
ଛତ୍ରପୁର : ସଦ୍ୟ ପ୍ରକାଶିତ JEE ମେନ୍ ୨୦୨୫ ପରୀକ୍ଷାରେ ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସିର ବିଷ୍ଣୁପ୍ରସାଦ ଶତପଥୀ ୯୯.୯୩% ମାର୍କ ରଖିଛନ୍ତି । ସେ ବର୍ତ୍ତମାନ ଡିଏଭି ଚନ୍ଦ୍ରଶେଖରପୁରଠାରେ ଅଧ୍ୟୟନ କରିବା ସହ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ପୂର୍ବରୁ ଛତ୍ରପୁରଠାରେ ପଢ଼ିବା ସମୟରେ ଆଇସିଏସଇ ଦଶମ ପରୀକ୍ଷାରେ ଓଡ଼ିଶା ଟପ୍ସର ହୋଇଥିଲେ। ବିଷ୍ଣୁପ୍ରସାଦ ସ୍ଥାନୀୟ ପାତ୍ର ସାହିସ୍ଥିତ ଦୁର୍ଗା ପ୍ରସାଦ ଶତପଥୀ ଏବଂ ରଶ୍ମିତାଙ୍କ ପୁଅ ଅଟନ୍ତି। । ଏହି କୃତିତ୍ୱ ପାଇଁ ସେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଏବଂ ପରିବାରର ସମସ୍ତ ଗୁରୁଜନଙ୍କୁତ୍ଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ଆଗକୁ ଜେଇ ଆଡଭାନ୍ସରେ କୃତକାର୍ଯ୍ୟ ହୋଇ ଜଣେ ଦକ୍ଷ ଆଇଟି ଇଞ୍ଜିନିୟର ହେବା ପାଇଁ ଆଶା ରଖିଛନ୍ତି ।