ଡିପ୍ରେସନ୍ ଦୂର କରେ ଦହି
curd for depression
ଦହିରେ ରହିଛି କ୍ୟାଲସିୟମ୍ ଓ ପ୍ରୋଟିନ୍। ତେଣୁ ଦହି ଖାଇଲେ ପାଚନ କ୍ରିୟା ଠିକ୍ ରହିଥାଏ। ଏହାସହିତ ଦହି ଶରୀରରେ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିଥାଏ। ତେବେ ନିକଟରେ ଗବେଷକମାନେ ଦହିରେ ଆଉ ଏକ ଔଷଧୀୟ ଗୁଣ ସମ୍ପର୍କରେ ସୂଚନା ଦେଇଛନ୍ତି। ୟୁସିଏଲଏ(ୟୁନିଭରସର୍ଟି ଅଫ୍ କାର୍ଲିଫର୍ଣ୍ଣିଆ ଲାସ୍ ଏଞ୍ଜେଲେନ୍ସ) ସ୍କୁଲ୍ ଅଫ୍ ମେଡିସିନ୍ ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ ଦହି ଡିପ୍ରେସନ ଦୂର କରିବାରେ ବି ସାହାଯ୍ୟ କରିଥାଏ। ଦହିରେ ଥିବା ପ୍ରବାୟୋଟିକ୍ ତତ୍ତ୍ୱ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଫଳରେ ମଣିଷର ଭାବନାରେ ବାରମ୍ୱାର ପରିବର୍ତ୍ତନ ହୁଏ ନାହିଁ ଓ ଏହା ଡିପ୍ରେସନ୍ ଭଳି ମନସ୍ତାତ୍ତ୍ୱିକ ସମସ୍ୟାରୁ ମୁକ୍ତ ଦେଇଥାଏ।