ସବୁଠୁ ଆଗରେ ବରୀ ଆଉ ବିଶ୍ୱ...


ବର୍ଷ ୨୦୨୪ରେ ସବୁଠାରୁ ଆଗରେ ସବୁ କ୍ଷେତ୍ରରେ ରହି ଆସିଛି ବରୀ । ବୀରମାଟି ଭାବେ ପରିଚିତ ବରୀରେ ଏଥର ବିଜେଡି ବିଜୟୀ ହୋଇଥିଲେ ବି ବିଧାୟକ ଆସନରେ କିନ୍ତୁ ନୂଆ ନେତାଙ୍କୁ ଦେଖିବାକୁ ମିଳିଥିଲା । ସୁନନ୍ଦାଙ୍କ ସ୍ଥାନରେ ବିଶ୍ୱଙ୍କୁ ଦଳ ପ୍ରାର୍ଥି କରିଥିଲା ଆଉ ସେ ତାଙ୍କ ପ୍ରତିପକ୍ଷ ବିଜେପିର ଉମେଶ୍ ଜେନାଙ୍କୁ ରେକର୍ଡ଼ ଭୋଟ ବ୍ୟବଧାନରେ ପରାଜିତ କରି ସର୍ବବୃହତ ବିଜୟର ମୁକୁଟ ପିନ୍ଧିଥିଲେ । ବୋଧହୁଏ ୨୦୨୪ ନିର୍ବାଚନରେ ବରୀରେ ବିଶ୍ୱ ଥିଲେ ଏକମାତ୍ର ପ୍ରାର୍ଥି ଯାହାଙ୍କୁ ବେଶି ସମସ୍ୟା ସାମ୍ନା କରିବାକୁ ପଡିନଥିଲା ନିର୍ବାଚନ ବୈତରଣୀ ପାର ହେବାପାଇଁ । ନିର୍ବାଚନରେ ଦେଖିବାକୁ ମିଳିଥିଲା ବହୁବାର ବିଜୟୀ ହୋଇଥିବା ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଦେବାଶିଷ ନାୟକଙ୍କୁ । ଶେଷ ମୁହୁର୍ତରେ କଂଗ୍ରେସରୁ ପ୍ରାର୍ଥି ହେବା ଏବଂ ବିଜେପିର ସବୁଠାରୁ ଜିଲାରେ ଦୁର୍ବଳ ପ୍ରଦର୍ଶନ ବିଶ୍ୱଙ୍କ ବିଜୟର ପ୍ରମୂଖ କାରଣଥିଲା । ଏହାମଧ୍ୟରେ ସୁନନ୍ଦା ବିଜେଡିରୁ ଇସ୍ତପା ଦେଇ ବିଜେପିରେ ସାମିଲ ହୋଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥାହେଲା ବରୀ ବିଜେପି ଏବଂ ବିଜେପି ନେତା ଉମେଶଙ୍କ ସହ ସୁନନ୍ଦାଙ୍କ ତାଳମେଳ ନରହିବା ତାଙ୍କ ପାଇଁ ଆଉ ଏକ ସମସ୍ୟା ଜନ୍ମ ନେଇଛି ।