ପାରାଦୀପଠାରୁ ୨୬୦ କିଲୋମିଟର ଦୂରରେ ବାତ୍ୟା
ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ତାହା ଲ୍ୟାଣ୍ଡଫଲ୍ କରିବ । ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ଦାନା’ ଏବେ ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ ପୂର୍ବ ଓ ଧାମରାରୁ ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ, ସାଗର ଦ୍ୱୀପଠାରୁ ୩୫୦ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି। ଏହା ବର୍ତ୍ତମାନ ଉତ୍ତର- ପଶ୍ଚିମ ଦିଗକୁ ଗତି କରୁଛି। ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି। ସେ କହିଛନ୍ତି, ବାତ୍ୟାର ଗତିପଥ ଯାହା ଥିଲା, ତାହା ରହିଛି। ବାତ୍ୟା ‘ଦାନା’ ଅତି ଭୀଷଣ ରୂପ ନେଇ ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିଆ ଓ ଧାମରା ପାଖାପାଖି ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ପରେ ଏହା ସାମାନ୍ୟ ପଶ୍ଚିମ ପଶ୍ଚିମ ଦକ୍ଷିଣ ଦିଗକୁ ରିକର୍ଭ କରିପାରେ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ।