ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ
ାା ପ୍ରଭାନୁ୍ୟଜ୍ ।ା ବେତନଟୀ: ବେତନଟୀ ବ୍ଳକର ପାଟଳୀପୁରାସ୍ଥ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀକୁ ରାଜ୍ୟସରକାରଙ୍କ ଏକ ଉଚ୍ଚÿସ୍ତରୀୟ ପ୍ରତିନିଧି ମଣ୍ଡଳୀ ବୁଧବାର ପରରିଦର୍ଶନ କରିଛନ୍ତି । ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଲକ୍ଷ୍ୟ ରଖି ଯେପରି କୌଣସି ଧନଜୀବନ ହାନୀ ନ ହେବ ସେଥିନିମନ୍ତେ ଅଗ୍ରୀମ ପ୍ରତିକାର ଓ ସତର୍କତା ଅବଲମ୍ବନ ସମ୍ବନ୍ଧରେ ଉପସ୍ଥିତ ଅଧିକାରୀ ଓ ସରକାରୀ କର୍ମଚାରୀଙ୍କ ସହ ବିଶେଷ ଆଲୋଚନା କରିଥିଲେ । ସ୍ଥାନୀୟ ଉଚ୍ଚÿ ବିଦ୍ୟାଳୟରେ ଏକ ଓଡ୍ରାଫ୍ ଟିମ ତୁରନ୍ତ କାର୍ଯ୍ୟ ନିମନ୍ତେ ରଖାଯାଇଛି । ସେମାନଙ୍କ ସହ ଡଙ୍ଗା ଓ ଗଛ କାଟିବା ଯନ୍ତ୍ର ମଧ୍ୟ ରହିଛି । ଆବଶ୍ୟକ ହେଲେ ନିକଟସ୍ଥ ଗ୍ରାମର ଜନସାଧାରଣଙ୍କୁ ନିକଟସ୍ଥ ବିଭିନ୍ନ ବିଦ୍ୟାଳୟରେ ରଖାଯିବା ଯିବା ସହ ଖାଦ୍ୟ, ମହମବତୀ, ପାନୀୟ ଜଳ, ଔଷଧ ଆଦିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆବଶ୍ୟକ ହେଲେ, ମଧ୍ୟାହ୍ନଭୋଜନ ଚାଉଳକୁ ରୋଷେଇରେ ବ୍ୟବହାର କରିବାକୁ ଏଥିପୂର୍ବରୁ ସରକାରୀ ନିଦେ୍ର୍ଦଶ ରହିଛି ।
ଏହି ତଦାରଖକାରୀ ଉଚ୍ଚÿସ୍ତରୀୟ ପ୍ରତିନିଧି ଦଳରେ ମୟୂରଭଞ୍ଜର ପୂର୍ବତନ ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ସଚିବ ବିନୀତ ଭରଦ୍ୱାଜଙ୍କ ସହ ଜିଲ୍ଲାପାଳ ହେମକାନ୍ତ ସ, ଉପ-ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାୟକ, ବେତନଟୀ ବିଡିଓ ଗୋପୀନାଥ ଖାଖା, ତହସିଲଦାର ସୁରଥଚନ୍ଦ୍ର ନାୟକ, ବୈଶିଙ୍ଗା ଆନାଧିକାରୀ ତପନ ପ୍ରଧାନ, ସ୍ଥାନୀୟ ବିଧାୟକ ସନାତନ ବିଜୁଳି ପ୍ରମୁଖ ଉପସ୍ଥିତି ଥାଇ ସ୍ଥିତି ତର୍ଜମା କରିଥିଲେ । କୌଣସି ଧନଜୀବନ ହାନୀ ନ ହେବା, ପଶୁ ସମ୍ପଦଙ୍କ ସୁରକ୍ଷା, କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ଥଇଥାନ ସହ ସୁରକ୍ଷା ଆଦି ସମ୍ବନ୍ଧରେ ବିଶେଷ ଆଲୋଚନା ହୋଇଥିଲା ।