ବିଧାୟକଙ୍କ ଦ୍ୱାରା ସ୍ୱାସ୍ଥ୍ୟକେନ୍ଦ୍ରର ଗୃହ ଭିତ୍ତିପ୍ରସ୍ତର

ାା ପ୍ରଭାନୁ୍ୟଜ ।ା ଜାରକା: ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହିବିଭାଗ ପାଇଁ ଏକ ନୂତନ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ବୁଧବାର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନୂତନ ଗୃହ ନିର୍ମାଣ ପାଇଁ ପୂଜା ଅର୍ଚ୍ଚନା ପରେ ବିଧାୟକ ଶ୍ରୀ ସାହୁ ନଡ଼ିଆ ପିଟି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସୁଧୀର ସାହୁଙ୍କ ସହିତ ରାଜେଶ ପାଳ ,ଆଲୋକ ଲେଙ୍କା, ଅଭିଷେକ ରାଉତ, ଶରତ ଓଝା, ଆୟୁଷ୍ମାନ ପ୍ରିୟଦର୍ଶନଙ୍କ ସହିତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।