ବିଜ୍ଞାନମେଳା ଉଦଯାପିତ

 ଧର୍ମଶାଳା : ଏହି ବ୍ଲକ ଅରେଇକଣା ପଞ୍ଚାୟତ ସରକାରୀ ହାଇସ୍କୁଲରେ ବିଜ୍ଞାନମେଳା ଉଦଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ, ଶିକ୍ଷକ ସଂଜୟ କୁମାର ରାଉତ ଓ ସାମ୍ବାଦିକ  ବିନୋଦ ବିହାରୀ ସାହୁ ଯୋଗଦେଇ ବିଜ୍ଞାନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଗଣେଶ୍ୱର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ଦ୍ରୋପଦୀ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷକ ପ୍ରଦୀପ୍ତ ରାଉତ,ଶିକ୍ଷୟିତ୍ରୀ ସଙ୍ଗୀତାଜେନା, ଚୁଗୁଲି ନାୟକ, ସହକର୍ମୀ ପ୍ରମୋଦ ନାୟକ ଓ ପରିଚାଳନା କମିଟି ସଦସ୍ୟସଦସ୍ୟା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ କାଳୁଚରଣ ନାୟକ ଧନ୍ୟବଦ ଦେଇଥିଲେ ।