ପର୍ଯ୍ୟଟନ ବିଭାଗ ନିଦେ୍ର୍ଦଶକଙ୍କ ବାତ୍ୟା ସମୀକ୍ଷା 

ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା : ପର୍ଯ୍ୟଟନ ବିଭାଗର ନିଦେ୍ର୍ଦଶକ ତଥା କେନ୍ଦ୍ରାପଡା ଜିଲା ପର୍ଯ୍ୟବେକ୍ଷକ ସମର୍ଥ ବର୍ମା ଆଜି କେନ୍ଦ୍ରାପଡାରେ ପହଞ୍ଚô ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି  । ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ  । ତେବେ ବାତ୍ୟା ପୂର୍ବରୁ ସ୍ଥାନାନ୍ତର ଓ ଥଇଥାନ ଏବଂ ବାତ୍ୟା ପରେ ରିଲିଫ ପରିଚାଳନା ନେଇ ବୈଠକରେ ବିଶେଷ ଆଲୋଚନା କରାଯାଇଥିଲା  । ବୈଠକ ପରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଜିଲାର ୧୨ଟି ସ୍ଥାନରେ ଓଡ୍ରାଫ୍, ଏନଡିଆରଏଫ ଓ ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି  । ୫୯୬ ଆଶ୍ରୟସ୍ଥଳରେ ଆଜି ସନ୍ଧ୍ୟା ସୁଦ୍ଧା ଶୁଖିଲା ଖାଦ୍ୟ ପହଞ୍ଚାଇ ଦିଆଯାଇଛି  । ଆଜି ରାତିରେ ମଧ୍ୟ ସେହିସବୁ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଦିଆଯିବ  । ଅନ୍ୟପକ୍ଷରେ ରାଜନଗର ଓ ମହାକାଳପଡା ବ୍ଲକରେ ଲୋକମାନଙ୍କୁ ସ୍ଥାନାନ୍ତର ଉପରେ ଗୁରୁତ୍ୱ ଦେଉଛି ପ୍ରଶାସନ  । ପ୍ରସାଶନର ସୂଚନା ଅନୁଯାୟୀ ଜିଲାରେ ୧୪୫ଟି ସମ୍ବେଦନଶୀଳ ପଞ୍ଚାୟତ ଓ ୩୭୬ ଗୋଟି ସମ୍ବେଦନଶୀଳ ଗାଁ ରହିଛି  । ଏହିସବୁ ଗାଁ ଉପରେ ବିଶେଷ ନଜର ରଖିଛି ପ୍ରଶାସନ  । ବାତ୍ୟା ପୂର୍ବରୁ ଜିଲାର ୨୮୧ ଆସନ୍ନପ୍ରସବା ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି  । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ପ୍ରଥମ ପର୍ଯ୍ୟାୟରେ ଦୁଇଲକ୍ଷ ପାଣି ବୋତଲ ପହଞ୍ଚାଇ ଦିଆଯାଇଥିବା ବେଳେ ସମସ୍ତ ଦିଗକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।