ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ବିଜେପି ପ୍ରସ୍ତୁତ


ାା ପ୍ରଭାନୁ୍ୟଜ୍ ।ା ବାଲେଶ୍ୱର:  ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ମାର୍ଗଦର୍ଶନରେ ଜିଲ୍ଲା ବିଜେପି ବାତ୍ୟା "ଦାନା'ର ମୁକାବିଲା ପାଇଁ ସମସ୍ତ ପ୍ରକାରର ବନେ୍ଦାବସ୍ତ କରାଯାଇଛି । ଜିଲ୍ଲା ପ୍ରଶାସନ ସହିତ ତାଳମେଳ ରଖି ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଯୋଜନା ଚୁଡାନ୍ତ କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା,  ଆବଶ୍ୟକୀୟ ସାଧନର ବନେ୍ଦାବସ୍ତ କରିବା, ବିଶେଷକରି ମହିଳା, ଶିଶୁ, ଦିବ୍ୟାଙ୍ଗ, ବୟସ୍କ, ରୋଗାକ୍ରାନ୍ତ ଲୋକଙ୍କ ପାଇଁ ବିଶେଷ ଗୁରୁତ୍ୱ ଦେବାକୁ ଦଳୀୟ ନିଦେ୍ର୍ଦଶ ରହିଛି । ଭୟଭୀତ ନହୋଇ ସରକାରଙ୍କ ସୂଚନା ମୂତାବକ ନିଦେ୍ର୍ଦଶ ପାଳନ କରିବା ପାଇଁ ଜନସାଧାରଣଙ୍କୁ  ନିବେଦନ କରାଯାଇଛି । ନିଜ ନିଜ ଅଞ୍ଚଳରେ ଅସୁରକ୍ଷିତ ସ୍ଥାନରେ ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ବୁଲା ପଶୁଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।