ଅବପାତରେ ପରିଣତ ହେଲା ବାତ୍ୟା

ଭୁବନେଶ୍ଵର, : ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି।
ସୂଚନାନୁଯାୟୀ, ବାତ୍ୟା ଦାନା ପ୍ରଭାବରେ ମାସ ଶେଷ ଯାଏ ପାଗ ମେଘୁଆ ରହିବ । ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହେବ । ଶନିବାରଠୁ ବର୍ଷା ପ୍ରାୟତଃ କମିଯିବ । ୩୧ ତାରିଖ ତଥା ଦୀପାବଳି ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା ସମେତ ଉତ୍ତର ପଶ୍ଚିମ ଆଭ୍ୟନ୍ତରରେ ବର୍ଷା ହୋଇପାରେ ।ଗତ କିଛି ସପ୍ତାହ ଧରି ରାଜ୍ୟରେ ପାଗ ଖରାଟିଆ ହେଉଥିଲା । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ଯୋଗୁ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଥିଲା । ଦିନରେ ଖରାଦିନ ଭଳି ଟାଣ ଖରା ଓ ଗରମ ଅନୁଭୂତ ହେଉଥିଲା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସ୍ଥିତି ପରେ ପାଗ ଥଣ୍ଡା ପଡ଼ିଯାଇଛି । ଗତ ୨ଦିନ ଧରି ରାତି ବେଳା ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି ।