ନିକୋ ପାର୍କର ହେବ ନବକଳେବର

ନିକୋ ପାର୍କର ହେବ ନବକଳେବର

ଭୁବନେଶ୍ୱର : ଭୁବନେଶ୍ୱର ନିକୋ ପାର୍କର ହେବ ନବକଳେବର। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ନିକୋ ପାର୍କ ଉନ୍ନତିକରଣ ପାଇଁ ୩ଟି ପର୍ଯ୍ୟାୟରେ ୨ ଶହ କୋଟି ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ପିଲାଙ୍କ ମନୋରଞ୍ଜନ ପାଇଁ ସମସ୍ତ ସରଞ୍ଜାମ ଲଗାଯିବ । ପାର୍କ ଭିତରେ ଭିତରେ ମାର୍କେଟ୍‌ କମ୍‌ପ୍ଲେକ୍ସ ଓ ଫୁଡ଼୍‌ କୋର୍ଟ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତ। ଏହା ସହ ସୌନ୍ଦର୍ଯ୍ୟକରଣ ସହିତ ଆଲୋକୀକରଣ, ସାଇକେଲ ଟ୍ରାକ୍‌, ଆୟୁର୍ବେଦିକ ପାର୍କ, ଫୁଟ୍‌ ଓଭରବ୍ରିଜ୍‌ ଭଳି ଆଧୁନିକ ସୁବିଧା ଯୋଗାଇବାର ଲକ୍ଷ୍ୟ ରଖାଯାଇଛି ।