ଏବେ କେଉଁଠି ଅଛି ବାତ୍ୟା ? ଜାଣନ୍ତୁ

cyclone update

ଏବେ କେଉଁଠି ଅଛି ବାତ୍ୟା ? ଜାଣନ୍ତୁ

ଭୁବନେଶ୍ୱର : ସମୁଦ୍ର ଭିତରେ ଏବେ ବାତ୍ୟା ‘ଦାନ’ ବଳ ଗୋଟାଇବାରେ ଲାଗିଛି  । ଗତ ୬ ଘଣ୍ଟା ଧରି ଏହା ଘଣ୍ଟାପ୍ରତି ୧୮ କିମି ବେଗରେ ଗତିକରୁଛି  । ବର୍ତ୍ତମାନ ବାତ୍ୟା ଦାନା ପାରାଦୀପର ଦକ୍ଷିଣପୂର୍ବ ଦିଗରେ ୫୬୦ କିମି ଦୂରରେ ରହିଛି  । ସେହିପରି ସାଗର ଦ୍ୱୀପର ୬୩୦ କିମି ଦୂରରେ ଏହା ରହିଛି  । ଉତ୍ତର ପଶ୍ଚିମ ଦିଗରେ ଏହା ଗତିକରି ଭୟଙ୍କର ରୂପ ନେବ  । ଆସନ୍ତାକାଲି ସକାଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହା ଭୟଙ୍କର ବାତ୍ୟାର ରୂପ ନେବ  । ତାହାପରେ ଏହା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ, ପୁରୀ ଏବଂ ସାଗରଦ୍ୱୀପ ମଧ୍ୟରେ ଅତିକ୍ରମ କରିବ  । ୨୪ ତାରିଖ ରାତିରେ ବାତ୍ୟା ସ୍ଥଳଭାଗ ଛୁଇଁବ  । ସେତେବେଳେ ପବନର ବେଗ ୧୦୦ କିମିରୁ ୧୨୦ କିମି ପର୍ଯ୍ୟନ୍ତ ରହିବ  ।