ବିଶ୍ୱ ଏଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ଦିବସ : ଆର୍ଥ୍ରାଇଟିସଜନିତ ରୋଗ ବିକଳାଙ୍ଗତାକୁ ପ୍ରତିହତ କରିବ

 ଭୁବନେଶ୍ୱର  : ଓଡିଶା ଆର୍ଥ୍ରାଇଟିସ୍ ଏବଂ ରିୟୁମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ  (ଓଏଆରଏଫଟି) ଦ୍ୱାରା ଶୈଳଶ୍ରୀ ବିହାର ଠାରେ ବିଶ୍ୱ ଏଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ଦିବସ ପାଳିତ ହୋଇଯାଇଛି  । ଏହି ଉପଲକ୍ଷେ, ଓଡିଶା ଆର୍ଥ୍ରାଇଟିସ୍ ଓ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (ଓଏଆରଏଫଟି) ଏବଂ ଓଡିଶା ଆର୍ଥ୍ରାଇଟିସ୍ ଓ ରିଉମାଟୋଲୋଜି ସେଣ୍ଟର (ଓଏଆରସି ) ମିଳିତ ଆନୁକୂଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା  । ଏହି ଅବସରରେ ଓଏଆରସିର ମେଡିକାଲ୍ ନିଦେ୍ର୍ଦଶକ ତଥା ରାଜ୍ୟର ଜଣେ ଖ୍ୟାତନାମା ରିଉମାଟୋଲୋଜିଷ୍ଟ୍ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡା ଓ ଓଏଆରସି ଶୈଳଶ୍ରୀ ବିହାର ଶାଖାର ମୁଖ୍ୟ ପରାମର୍ଶଦାତା, ରିଉମାଟୋଲୋଜିଷ୍ଟ୍ ଡାକ୍ତର ଦେବାଶିଷ ମାଇକାପ୍ ଏହି ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ଏହାର ଚିକିସôାରେ ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ । 
 ଶୈଳଶ୍ରୀ ବିହାର ପରିସରରୁ  ଡିଏଭି ସ୍କୁଲ୍ ଛକ ପର୍ୟ୍ୟନ୍ତ ଏକ ୱାକାଥନର ଆୟୋଜନ କରାଯାଇଥିଲା । ଏହି ୱାକାଥନକୁ ଭୁବନେଶ୍ୱର ଉତ୍ତର ବିଧାନସଭା ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଥିଲେ । ବରିଷ୍ଠ ଚିକିସôକ ଏବଂ ଭାରତୀୟ ରିଉମାଟୋଲୋଜି ସଂଘ (ଓଡିଶା ଶାଖା)ର ପୂର୍ବତନ ସଭାପତି ଡାକ୍ତର ମନୋଜ ଛୋଟରାୟ  ଓ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କରଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ  ଉପସ୍ଥିତ  ଲୋକମାନଙ୍କୁ ଏହି ରୋଗ ବିଷୟରେ ସଚେତନ କରାଇଥିଲେ  । ଏହି ରୋଗ ଭାରତରେ ପ୍ରତି ୧୦୦ ଜଣ ଯୁବ ବୟସ୍କଙ୍କ ମଧ୍ୟରୁ ୧ ଜଣଙ୍କୁ ହୋଇଥାଏ । ଏହି ରୋଗ ସାଧାରଣତଃ ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ ଏବଂ ଏହାର ଶାରୀରିକ, ଆର୍ଥିକ, ସାମାଜିକ ଏବଂ ମାନସିକ ପ୍ରଭାବ ଥାଏ । ଏଏସ୍ ରୋଗର ପ୍ରାଥମିକ ଚିକିସôା ପାଇଁ ସଚେତନତାର ଅଭାବ ସବୁଠାରୁ ବଡ ବାଧକ ସାଜିଛି । ଏଏସ ରୋଗ ନିର୍ଣ୍ଣୟରେ ବିଶ୍ୱସ୍ତରରେ ୭ ବର୍ଷ ବିଳମ୍ବ ହେବା ଫଳରେ ଅପରିବର୍ତ୍ତିତ ଓ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଆଶ୍ଚର୍ୟ୍ୟର କଥା ହେଉଛି, ମହିଳାମାନଙ୍କର ଏଏସ୍ ରୋଗ ନିର୍ଣ୍ଣୟ କରିବା ପାଇଁ ୨ ବର୍ଷ ଅଧିକ ସମୟ ଲାଗିପାରେ । ଏହାର କାରଣ ହେଉଛି ପୁରୁଣା ବିଶ୍ୱାସ ଯେ ଏହି ରୋଗ ମୁଖ୍ୟତଃ ପୁରୁଷମାନଙ୍କୁ ପ୍ରଭାବିତ କରିଥାଏ । ଏଏସ୍ ରୋଗୀମାନଙ୍କ ମଧ୍ୟରୁ ୬୨% ପ୍ରତିଶତ ଲୋକଙ୍କ ପାଖରେ ମନସ୍ତାତ୍ତ୍ୱିକ ସମସ୍ୟାର ଆଶଙ୍କା ଥାଏ ।