ସ୍ୱାୟତ୍ତ ଶାସନ : ସ୍ୱଚ୍ଛ ଓ ସୁସ୍ଥ ପୌର ପରିଷଦ ଉପରେ ଗୁରୁତ୍ୱାରୋପ

 ଶାସନ ଦିବସ ପାଳିତ ହୋଇଯାଇଛି  । ଏଥିରେ ମୁଖ୍ୟଅତିଥି ଭାବେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ବି. ସୁନୀତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ  । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂଜା ରାଉତ ମୁଖ୍ୟ କିରାଣୀ ପୌରଯନ୍ତ୍ରୀ ଚୈତନ୍ୟ ବାସ୍କି ଏବଂ ପ୍ରତାପ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୌର ସ୍ୱଚ୍ଛ କର୍ମଚାରୀଙ୍କୁ ସମ୍ବୋଧିତ କରାଯାଇଥିଲା  । ସହରକୁ ସ୍ୱଚ୍ଛ ରଖିବାକୁ ପୌର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷା ନିବେଦନ କରିଥିଲେ  । ଆଗାମୀ ଦିନରେ ଜୟପୁରର ପରିବେଶ କିଭଳି ସ୍ୱଚ୍ଛ ଓ ସୁସ୍ଥ ରହିବ ସେଦିଗରେ ପୌର ପରିଷଦ କାର୍ଯ୍ୟ କରିବା ନେଇ ମଧ୍ୟ ସୂଚନା ଦେଇଥିଲେ  । ବାବା ସାହେବ ସଭାଗୃହରେ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାୟତ୍ତ ଶାସନ ଦିବସର ଶୁଭେଛା ଜଣାଇବା ସହ ବିଭିନ୍ନ ଯୋଜନା ଉଦ୍ଘାଟନ କରିଥିଲେ  । ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲକା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଜୟପୁର ବିଧାୟକ, ପୌର ଅଧ୍ୟକ୍ଷ, ଉପାଧ୍ୟକ୍ଷା,  ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ଉପଜିଲ୍ଲାପାଳ ଏ ସସ୍ୟା ରେଡ୍ଡୀ ମଞ୍ଚାସିନ ହୋଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । 
˜ ଆନନ୍ଦପୁର : ଆନନ୍ଦପୁର ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି  । ପୌରାଧ୍ୟକ୍ଷା ରାଜନୀରାଣୀ ଖଟୁଆ ପତାକା ଉତ୍ତୋଳନ କରିବା ପରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା  । ସେହିପରି ଜେଲ୍ ଏବଂ ଡାକ୍ତରଖାନା ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା  । ୮ ନମ୍ବର ୱାର୍ଡ କାଉନସିଲର ସୁରେନ୍ଦ୍ର ଦାସ ଏବଂ ୯ ନମ୍ବର ୱାର୍ଡ କାଉନସିଲର ସନତ କରଙ୍କ ସଂଯୋଜନାରେ ବହୁ କୋଟି ଟଙ୍କା ବ୍ୟୟ ବରାଦରେ ଫକୀରପୁର ବହୁମୁଖୀ ହଲକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିଜିଟାଲ ମୋଡରେ ଲୋକାର୍ପଣ କରିଥିଲେ  । ବଡ଼ଖାନା ଦିବସ ପାଳିତ ହୋଇଥିବା ବେଳେ ୧୫ ନମ୍ବର ୱାର୍ଡର ମେଡିକାଲ ରୋଡର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା  ।  କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ରାମଚନ୍ଦ୍ର ସାହୁ, ବିଧାୟକଙ୍କ ପ୍ରତିନିଧି ରାକେଶ କୁମାର ରାମ, ସମସ୍ତ କାଉନସିଲର, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ  । 
˜ ବାଲୁଗାଁ : ସମଗ୍ର ଓଡ଼ିଶାରେ ସ୍ୱାୟତ୍ତ ଶାସନ ଦିବସ-୨୦୨୫ ମହାସମାରୋହରେ ପାଳନ ହୋଇଯାଇଛି  ।  ଏହି ଉପଲକ୍ଷେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି  । ବାଲୁଗାଁ ଏନ୍ଏସି ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସୁକାନ୍ତି ପାଇକରା ପତାକା ଉତ୍ତୋଳନ କରିଥିଲେ  । ଆଜିର ଏହି ଦିବସରେ ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ପ୍ରଭାତଫେରୀ ଓ ସହର ପରିକ୍ରମା କରି ସ୍ୱଚ୍ଛତା ଉପରେ ସ୍ଲୋଗାନ ଗାନ ଦେଉଥିଲେ  । ଆମ ସହର ଆମ ଗର୍ବ ଓ ଗୌରବ ଏହାକୁ ସଫା ରଖିବା ଆମ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସୂର୍ଯ୍ୟପ୍ରଭାର ବାଲୁଗାଁ ସାମ୍ବାଦିକ ଭି. କାମେଶ୍ୱର ଆଚାରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ  । 
˜ ଜଟଣୀ : ଜଟଣୀ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି  । କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ, ବିଭିନ୍ନ କୃତି ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ, କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ପୁରସ୍କାର ବିତରଣ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ବିଭିନ୍ନ ରୋଗୀମାନଙ୍କୁ ଫଳ ବଣ୍ଟନ ଏବଂ ବିଭିନ୍ନ ପ୍ରକଳ୍ପ ଯଥା ମିନା ବଜାର ପଡ଼ିଆରେ ବ୍ୟବସାୟୀଙ୍କ ନିମନ୍ତେ ହେବାକୁ ଥିବା ଦୋକାନ ଗୃହର ଭିତ୍ତି ପ୍ରସ୍ଥର ସ୍ଥାପନ, ଖଳି ପୋଖରୀ ପୁନରୁଉଦ୍ଧାର କାର୍ଯ୍ୟର ଉଦ୍ଘାଟନ କରାଯାଇଥିଲା  । ଏହି ସଭାରେ ପୌର ପରିଷଦର ଅଧ୍ୟକ୍ଷ ଅନନ୍ତ ବେହେରା, ନିର୍ବାହୀ ଅଧିକାରୀ ଆକ୍ରିତୀ ଗୋଏଙ୍କା, ପୌରଯନ୍ତ୍ରୀ ଅନୁରାଧା ପ୍ରଧାନ, ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ସାହୁ, ସାଂସଦଙ୍କ ପ୍ରତିନିଧି ସତୀଶ ଶର୍ମା, ପାରିଷଦ ବୃନ୍ଦ, ସମସ୍ତ ପୌର କର୍ମଚାରୀ, ସ୍ୱଚ୍ଛସାଥି, ସ୍ୱଚ୍ଛ ସୁପରଭାଇଜର, ମହିଳା ଗୋଷ୍ଠୀ, ସ୍କୁଲର ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକେ ଉପସ୍ଥିତ ଥିଲେ ।
˜ ବାଣପୁର : ନିଖିଳ ଭାରତ ସ୍ୱାୟତ୍ତ  ଶାସନ ଦିବସ ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦରେ ପାଳିତ ହୋଇଯାଇଛି  । ଏ ଉପଲକ୍ଷେ ରାମଧୁନ ସହ ନଗର ପରିକ୍ରମା ହେବାପରେ ପଣ୍ଡିତ ଗୋଦାବରୀଶ ମିଶ୍ର, ବିଜୁ ପଟ୍ଟନାୟକ ଓ ବକ୍ସି ଜଗବନ୍ଧୁଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରି କାର୍ଯ୍ୟାଳୟ ଠାରେ ନଗରପାଳ ମିଟୁ ନାୟକ ପତାକା ଉତ୍ତୋଳନ କରିଥିଲେ  । ନଗରପାଳ ମିଟୁ ନାୟକଙ୍କ ସଭପତିତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା  । ଏଥିରେ ପୂର୍ବତନ ନଗରପାଳ ଡା. ସୁରେନ୍ଦ୍ର ନାଥ ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଂସଦ ପ୍ରତିନଧି ଭଗବାନ ପ୍ରଧାନ, ଯୁବନେତା ଉମାକାନ୍ତ ଲାଠି ଅତିଥି ଭାବେ ଯୋଗ ଦେଇ ପରିଷଦର କାର୍ଯ୍ୟ ନିର୍ବାହୀ ଅଧକାରୀଙ୍କ ସହ ସମସ୍ତ କାଉନସିଲର ମଞ୍ଚାସୀନ ହୋଇଥିଲେ  । କାଉନସିଲର ଅଭିମନୁ୍ୟ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
˜ ଚମ୍ପୁଆ: ପ୍ରତ୍ୟେକ ବର୍ଷ ଡିସେମ୍ବର ୩୧ ତାରିଖକୁ ସର୍ବ ଭାରତ ସ୍ତରୀୟ ପବିତ୍ର ସ୍ୱାୟତ୍ତ ଶାସନ ଦିବସ ପାଳନ ପରିପ୍ରେକ୍ଷୀରେ ଆଜି ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ସ୍ଥାନୀୟ ଧରଣୀଧର ନଗର ଭବନ ଠାରେ ଏହି ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ମୁଖ୍ୟାଳୟରେ ଥିବା ନୂତନ ଏନ୍ଏସି କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇ ମହାପୁରୁଷ ମହାତ୍ମା ଗାନ୍ଧି, ଉକôଳମଣୀ ଗୋପବନ୍ଧୁ, ବାରିଷ୍ଠର ମଧୁସୁଦନ ସାଦ ଓ ଧରଣୀଧର ଭୁୟାଁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ସ୍ଥାନୀୟ ଉପକାରାଗାର ଓ ଉପଖଣ୍ଡ ଚିକିସôାଳୟରେ ମିଷ୍ଠାନ ବଂଟନ କରାଯାଇଥିଲା । ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଜିଲାପାଳ ଉମାକାନ୍ତ ପରିଡା, ସମ୍ମାନିତ ଅତିଥି ଭାବେ ଏସଡିପିଓ ରସ୍ମିରଂଜନ ସାହୁ, ବନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିୟା, ଏନ୍ଏସି ନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା, ଉପାଧକ୍ଷା ସୁମିତ୍ରା ବେହେରା ପ୍ରମୁଖ ଯୋଗ ଦେଇ ୨୩.୧୨.୨୦୧୪ ଠାରୁ ପଞ୍ଚାୟତରୁ ଏନ୍ଏସି ମାନ୍ୟତା ପାଇଥିବା ଏହି ଚମ୍ପୁଆର ଉନ୍ନତି ନିମନ୍ତେ ଜନସାଧାରଣଙ୍କ ସହଯୋଗ ଲୋଡି ଥିଲେ । କାର୍ଯ୍ୟକ୍ରମକୁ ଦାଶରଥି ଜେନା, ପ୍ରକାଶ ଚନ୍ଦ୍ର କୁଣ୍ଡୁ, ବିଜୟ କୁମାର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ । 
˜ ଚାନ୍ଦବାଲି: ଜିଲା ଚାନ୍ଦବାଲି ଏନଏସି ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି । ଏନଏସି କାର୍ଯ୍ୟାଳୟରେ ଏନଏସି ଅଧ୍ୟାକ୍ଷା ଶାନ୍ତିଲତା ସେଠି ପତାକା ଉତୋଳନ କରିଥିଲେ । ପରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଭାସ ରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ  ସ୍ଥାନୀୟ ବିଜୁସ୍ମୁତି ଭବନ ପରିସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନୁ୍ୟ ସେଠି ଯୋଗ ଦେଇଥିବା ବେଳେ ଉପସ୍ଥିତ ଥିଲେ ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ, ବିଡ଼ିଓ ସଂଜୀବ କୁମାର ମହାପାତ୍ର, ତହସିଲଦାର ଭବତୋଷ ମଲ୍ଲିକ ଓ ଏନଏସି ଅଧ୍ୟାକ୍ଷା ଶାନ୍ତିଲତା ସେଠି । ସାଂସଦ ଚାନ୍ଦବାଲିଠାରେ ପହଁଚିବା ପରେ ତାଙ୍କୁ ଭାଜପା ପକ୍ଷରୁ ଯୁବ ନେତା ବିଜୟ କୁମାର ବେହେରାଙ୍କ ନେତୃତ୍ୱ ରେ ଭାଜପା କର୍ମୀମାନେ ଚାନ୍ଦବାଲି କଲେଜ ଛକଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ସଭା ସ୍ଥଳ ପର୍ଯ୍ୟନ୍ତ ଭାଜପା କର୍ମୀମାନେ ପାଛୋଟି ଆଣିଥିଲେ । ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସବୁଠୁ ବଡ଼ ଅସ୍ତ୍ର ବୋଲି ମତ ରଖିଥଲେ ।
˜ ବୁଗୁଡ଼ା: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୫୩ତମ ଅଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଜାକଜମକରେ ପାଳିତ ହୋଇଯାଇଛି । ଏହି ଦିବସର ପ୍ରାତଃକାଳରେ ରାମଧୁନ୍ ପ୍ରଚାର ଏବଂ ସାଢେ ଆଠଟାରେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା  । ଏହାପରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ  କାଉନସିଲରଙ୍କ ଗହଣରେ ଯାଇ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ମେଡିକାଲରେ ରୋଗୀଙ୍କୁ ଫଳ ଏବଂ ବଳଦେବ ମନ୍ଦିର ପ୍ରାଙ୍ଗଣରେ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ  । ଏଥି ସହ ଏନଏସି କାର୍ଯାଳୟ ପରିସରରେ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ପୌରୋହିତ୍ରେ ଅନୁଷ୍ଠିତ ଉସôବରେ ମୁଖ୍ୟ ଅତିଥି ଭାବେ ମସô୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗ ଦେଇଥିଲେ । ଏ ଅବସରରେ ଶକ୍ତିନଗର ଅବର ଅଙ୍ଗନୱାଡି କେନ୍ଦ୍ର ଏବଂ ବିରଞ୍ଚି ନାରାୟଣ ମାର୍କେଟ୍ କମ୍ପ୍ଲେକ୍ସ ପ୍ରଥମ ମହଲା ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନର ଫଳକ ଉନ୍ମୋଚନ କରାଯାଇଥିଲା । ଏଥି ସହ ୧୦୩ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣର କାର୍ଯ୍ୟଦେଶ ବଣ୍ଟନ ସାଙ୍ଗକୁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ ଏବଂ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  ।