ପୁଣି ରାଜ୍ୟରେ ଖୋଲିବ ଡ୍ୟାନ୍ସବାର

ପୁଣି ରାଜ୍ୟରେ ଖୋଲିବ ଡ୍ୟାନ୍ସବାର

ଭୁବନେଶ୍ବର : ରାଜ୍ୟରେ ପୁଣି ଖୋଲିବ ଡ୍ୟାନ୍ସବାର। ଆଉ ପୁଣି ରଙ୍ଗୀନ ଆସର ଜମିବା ସହ ନାଚିବେ ଯୁବତୀ। ୨୦୨୪-୨୫ ଆର୍ଥିକବର୍ଷର ଅବକାରୀ ନୀତିରେ ଡ୍ୟାନ୍ସବାର ଉପରେ ସରକାର କଟକଣା ଲଗାଇଥିବା ବେଳେ ଆଜି ତାହାକୁ କୋହଳ କରିଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ‘ଓଡ଼ିଶା ଅବକାରୀ (ସଂଶୋଧନ) ରୁଲସ-୨୦୨୪’ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ କିଛି କଡ଼ା ନିୟମ ସହ ପୁଣିଥରେ ଡ୍ୟାନ୍ସବାର ଚାଲିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜ୍ୟର ବାରଗୁଡ଼ିକରେ ମହିଳାମାନେ ନୃତ୍ୟଗୀତ ପରିବେଷଣ କରିପାରିବେ। ଅବକାରୀ କମିଶନରଙ୍କ ଲିଖିତ ଅନୁମତି ଆଧାରରେ ଅନୁମତିପ୍ରାପ୍ତ ମଦ ବାରରେ ୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳାମାନେ ନାଚ ଗୀତରେ ସାମିଲ ହୋଇପାରିବେ । ଏହି ଡ୍ୟାନ୍ସବାରଗୁଡ଼ିକ ପରିଚାଳନା ପାଇଁ ଅବକାରୀ କମିଶନର ୨୧ଟି ସର୍ତ୍ତ ରଖିଛନ୍ତି ।