ବେଆଇନ୍ ଭାବେ ହଜାର ହଜାର ଟ୍ରିପ୍ ବାଲି ଚାଲାଣ
ାା ପ୍ରଭାନୁ୍ୟଜ୍ ।ା ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ବେଆଇନ୍ ଚୋରା ବାଲି ଚାଲାଣ ରାକେଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଳିପିଙ୍ଗଳ, ବିରିଡି, ପଳସା, କୁଳଶ୍ରି, ହାଜିପୁର ପରେ ଏବେ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତର ଘଡିମୂଳସ୍ଥିତ ବିଲୁଆଖାଇ ନଦୀ ଘାଟରୁ ଉଠୁଛି ହଜାର ହଜାର ସଂଖ୍ୟକ ଟ୍ରିପ୍ର ଚୋରା ବାଲି । ଆଜକୁ ୧୫ ଦିନ ହେଲାଣି ଦିନ ତମାମ ବୁହା ହୋଇ ଚାଲିଛି ବେଆଇନ୍ ଚୋରା ବାଲି । ଏହି ଘାଟର ଦୁଇ ପଟରୁ ବୁହା ହେଉଛି ବେଆଇନ୍ ଚୋରା ବାଲି ଚାଲାଣ । ଗୋଟେ ପଟରେ ଜେସିବି ମେସିନ ସାହାଯ୍ୟରେ ଓ ଆଉ ଗୋଟିଏ ପଟରେ ଲେବର ଲଗାଇ ବେଲଚା ସାହାଯ୍ୟରେ । ଏଥିପ୍ରତି କାହାର ଦୃଷ୍ଟି ନାହିଁ । ପ୍ରଶାସନ ଚୁପ୍ ବସି ରହିଛି । ସକାଳ ହେବା ମାତ୍ରେ ଲାଇନ୍ ହେଇ ଯାଉଛି ଗୋଟେ ପରେ ଗୋଟିଏ ଟ୍ରାକ୍ଟର ଏବଂ ଏଠାରୁ ବେଆଇନ୍ ଚୋରା ବାଲି ଉଠାଇ ନେଇ ଆଖପାଖ ଗାଁ ମାନଙ୍କରେ ନେଇ ବିକ୍ରି କରି ମାଲେମାଲ୍ ହେଉଛନ୍ତି ସମ୍ପୃକ୍ତ ଠିକାଦାର । ହେଲେ କିଏ ସେହି ଠିକାଦାର ଯିଏକି ଏପରି ବେଆଇନ ଭାବରେ ଚୋରା ବାଲିକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି, କାହିଁକି ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ୍ ପ୍ରଶାସନ, ତହସିଲଦାରଙ୍କର ନଜର ପଡୁନି ଏମାନଙ୍କ ଉପରେ । କ’ଣ ଦିନରେ ଲଣ୍ଠନ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିଚାଲିଛି ସମ୍ପୃକ୍ତ ଏହି ଠିକାଦାର ? ଦେଖିବାକୁ ବାକି ରହିଲା, କେଉଁଦିନ ପ୍ରଶାସନ ଅଧିକାରୀମାନେ ଏହି ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।