ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ କହିଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର: ଆଜିକାଲି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବୃଦ୍ଧି ପାଇପାରେ ଲାଗିଛି । ଏହାକୁ କିଛି ଦର୍ଶକ ପସନ୍ଦ କରୁଥିବାବେଳେ ସମାଜର ବହୁ ଲୋକ ବିରୋଧ କରୁଛନ୍ତି । ତେବେ ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବାକୁ ରାଜ୍ୟ ସରକାର ଆଇନ ଆଣିବାକୁ ଯାଉଛନ୍ତି । ଖୁବଶୀଘ୍ର ଏନେଇ ନିୟମ ଆସିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସେ କହିଛନ୍ତି ଖୁବଶୀଘ୍ର ଯାତ୍ରା ମାଲିକଙ୍କ ସହ ଆଲୋଚନା କରି ନିୟମ ଆସିବ । ଏଥିସହ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି ।