ଟାଟା ଷ୍ଟିଲ ପକ୍ଷରୁ ଜୈବବିବିଧତା ପାର୍କ ଉଦ୍ଘାଟିତ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ଠାରେ ଥିବା ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ୨୫ ଏକର ପରିମିତ ଅଞ୍ଚଳରେ ଜୈବବିବିଧତା ଉଦ୍ୟାନ ଉଦଘାଟିତ ହୋଇଛି । ଓଡ଼ାପଡ଼ା ତହସିଲ ଅଧିନ ଶିବପୁର ଗ୍ରାମ ନିକଟରେ ଅବସ୍ଥିତ ଏହି ପାର୍କ ପରିବେଶ ପ୍ରବନ୍ଧନ ପ୍ରତି ଟିଏସଏମର ପ୍ରତିବଦ୍ଧତା ଏବଂ ଶିଳ୍ପ ବର୍ଜ୍ୟସ୍ଥଳୀରୁ ସମୃଦ୍ଧ ସବୁଜ ବାତାବରଣ ସୃଷ୍ଟି କରିବାରେ ଏକ ଅଭିନବ ପଦକ୍ଷେପ । ଏହି ପାର୍କକୁ ରୁଚି ନରେନ୍ଦ୍ରନ୍ ଉ୍ଦଘାଟନ କରିଥିଲେ । ଅନ୍ୟତମ ଅତିଥି ଟିଏସ୍ଏମ ଅପରେସନର ଉପାଧ୍ୟକ୍ଷ ଉତମ ସିଂହ ଏବଂ ଟିଏସ୍ଏମର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପୂର୍ବରୁ ଫ୍ଲାଇ ଆସ୍ ଗଦା ହୋଇ ଅବ୍ୟବହୃତ ହୋଇପଡିଥିବା ଏହି ସ୍ଥାନ ଯାହାକି ସମୁଦ୍ର ପତନ ଠାରୁ ସର୍ବାଧିକ ୭୨-୭୪ ମିଟର ଉଚ୍ଚତା ବିଶିଷ୍ଟ ଅଟେ । ଏହି ସ୍ଥାନକୁ ବିକଶିତ କରିବା ପାଇଁ ସମସ୍ତ ବୈଧାନିକ ନିଦେ୍ର୍ଦଶାବଳୀକୁ ଅନୁସରଣ କରି ଏହି ପ୍ରକଳ୍ପର ପୁନରୁଦ୍ଧାର କରାଯାଇପାରିଛି ।