ହାବିଲଦାରଙ୍କ କଳାକାରନାମା, ଗୋରୁ ବେପାରୀଙ୍କ ଠାରୁ ନେଲେ ୨ ହଜାର ଟଙ୍କା ଲାଞ୍ଚ
ାା ପ୍ରଭାନୁ୍ୟଜ୍ ।ା ନୀଳଗିରି : ହାବିଲଦାରଙ୍କ କଳାକାରନାମା । ଗୋରୁ ଚାଲାଣ ବେଳେ ଯୁବକଙ୍କ ଠାରୁ ନେଲେ ୨ ହଜାର ଟଙ୍କା ଲାଞ୍ଚ । ପାଲଟା ଦେଲେ ଧମକ । ଫୋନ ପେ ରେ ଟଙ୍କା ନେବାର ଚିତ୍ର ସହ ଫୋନ ଟେପିଂ ହେଉଛି ଭାଇରାଲ । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରମପୁର ଥାନାରେ ଘଟିଛି । ସୂଚନାଯୋଗ୍ୟ ବରମପୁର ଥାନାରେ ପୋଲିସର ଅଶାଳୀନ ବ୍ୟବହାର ନେଇ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଛନ୍ତି । ହେଲେ କାର୍ଯ୍ୟରତ ହାବିଲଦାର ଅଞ୍ଜନ ମିଶ୍ରଙ୍କ କାରନାମାକୁ ନେଇ ଚାରିଆଡେ ଅସନ୍ତୋଷ ଦେଖାଦେଇଛି । ଜଣେ ଯୁବକ ଗାଡ଼ିରେ ଗୋରୁ ନେଇ ଯିବା ସମୟରେ ହାବିଲଦାର ଅଞ୍ଜନ ମିଶ୍ର ଅଟକାଇ ଟଙ୍କା ମାଗିଥିଲେ । କମିଟମେଣ୍ଟ ଅନୁସାରେ ଟଙ୍କା ପଠାଇବାକୁ କହି ୯୧୫୪୦୭୮୪୨୨ ନମ୍ବର ଦେଇଥିଲେ । ଯୁବକ ଜଣକ ହଜାରେ ଦେଉଛି ପରେ ୧୫୦୦ ଦେବ ବୋଲି କହିବାରୁ ହାବିଲଦାର ଜଣକ ଧମକାଇ ସବୁ ଗାଡି ଥାନାରେ ପୁରାଇବି ପରେ ନୀଳଗିରି ଥାନାକୁ ଯିବି ବୋଲି କହିଥିଲେ । ମୁଁ ହେଉଛି କ୍ରାଇମ ହାବିଲଦାର କମେଣ୍ଟମେଣ୍ଟରେ ଢିଲା ହେଲେ ପୁରା ଭିତରକୁ ପୁରାଇବି କହି ଧମକ ଦେବା ସହ ଅଶାଳୀନ ବ୍ୟବହାର କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଟଙ୍କା ଦେଇଥିବା ଯୁବକ ଜଣକ ଭୟରେ ଥିବା ବେଳେ ହାବିଲଦାର ଜଣକ ଘଟଣା ଚାପିବାକୁ ପୁରା ଲାଗିପଡିଛନ୍ତି । ତେବେ ଏସପି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।