ନକ୍ସଲଙ୍କ ଆଇଡି ବୋମା ବିସ୍ଫୋରଣରେ ଭାଲୁ ମୃତ

 ମାଲକାନଗିରି: ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଆଇଡିଆ ବୋମା ବିସ୍ଫୋରଣ ଦ୍ୱାରା ଗୋଟିଏ ମା ଭାଲୁର ମୃତୁ୍ୟ ଘଟିଛି । ତେବେ ମା ଭାଲୁର ମୃତୁ୍ୟ ହେତୁ ଦୁଇଟି ଭାଲୁ ସାବକ ମଧ୍ୟ ଭୋକ ବିକଳରେ ମରି ପଡିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାର ବାରସୁର ଥାନା ଅନ୍ତର୍ଗତ କୋହକାବେଡା ଜଙ୍ଗଲରେ ନକ୍ସଲମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆଇଡି ବୋମା ଖଞ୍ଜିଥିଲେ । ତେବେ ଜଙ୍ଗଲ ମଧ୍ୟରେ ଭାଲୁ ବୁଲୁ ଥିବା ବେଳେ ହଠାତ ଏହି ବୋମା ଉପରେ ଛାଡି ଯିବାରୁ ଏହା ବିସ୍ଫୋରଣ ଘଟି ମା ଭାଲୁର ମୃତୁ୍ୟ ଘଟିଛି । ତେବେ ସବୁଠାରୁ ଦୁଖର ବିଷୟ ହେଉଛି ଯେ, ମା ଭାଲୁଟି କ୍ଷତ ବିକ୍ଷତ ଶରୀର ଜଙ୍ଗଲ ନିକଟରେ ପଡି ରହିଥିବା ବେଳେ ଦୁଇଟି ଭାଲୁ ସାବକ ମା ଭାଲୁ ନିକଟରେ ଓ ଉପରେ ପଡି ରହିଛି । ତେବେ ମା ଭାଲୁର ମୃତୁ୍ୟ ପରେ ସାବକ ଗୁଡିକ ଖାଦ୍ୟ ଅଭାବରୁ ମୃତୁ୍ୟ ବରଣ କରିଥିବା ଅନୁମାନ କରାଯାଉଛି । କିଛି ଗ୍ରାମବାସୀ ଏହା ଦେଖି ପୁଲିସକୁ ଖବର ଦେଇଥିବା ବେଳେ ପୁଲିସ ଓ ବନ କର୍ମଚାରୀମାନେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।