ସୀମାନ୍ତରେ ଗୁଳି ବିନିମୟ, ଜଣେ ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଜାତୀୟ ଉଦ୍ୟାନରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ତେବେ ଏହି ଗୁଳି ବିନିମୟରେ ଜଣେ ମାଓବାଦୀର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଯବାନ ମାନେ ଘଟଣା ସ୍ଥଳରେ ତଲାସି ଅଭିଯାନ ଜାରି ରଖିଥିବା ବେଳେ କିଛି ଅସ୍ତ୍ରଶସ୍ତ୍ର ଏବଂ ଜଣେ ମାଓବାଦୀର ମର ଶରୀର ଉଦ୍ଧାର କରିଥିବା ଜଣା ପଡିଛି । ମାଓ ଦମନ ପାଇଁ ଯବାନ ମାନେ ତଲାସି ଅଭିଯାନ କରୁଥିବା ବେଳେ ଏହି ଗୁଳି ବିନିମୟ ଘଟିଥିବା ବେଳେ ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ପ୍ରବଳ ସୁରକ୍ଷା ବାହିନୀଙ୍କ ତଲାସି ଅଭିଯାନ ଜାରି ରହିଛି ।