ଓଲଟିଲା ମେଟ୍ରିକ୍ ପିଲାଙ୍କ ଗାଡି, ୧୧ ଆହତ
କେନ୍ଦ୍ରାପଡ଼ା : ମାଟ୍ରିକ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣି ଆସୁଥିବା ଏକ ବୋଲେରୋ ଶୁକ୍ରବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଜଣେ ଛାତ୍ରୀ ଗୁରୁତର ହୋଇଥିବାବେଳେ ଆଉ କିଛି ସାମାନ୍ୟ ଆହତ ହୋଇଛନ୍ତି। ଏହି ବୋଲୋରୋରେ ୧୧ ଜଣ ପରୀକ୍ଷାର୍ଥୀ ବାଘମାରୀ ନାଗାନାରାୟଣ ସ୍କୁଲକୁ ଆସୁଥିଲା। ବାଟରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ବୋଲେରୋଟି ଓଲଟି ପଡ଼ିଥିଲା। ସୂଚନାନୁସାରେ, ରାଜ୍ୟର ମୋଟ୍ ୨୯୭୯ କେନ୍ଦ୍ରରେ ୫,୧୦,୭୭୮ ଜଣ ମାଟ୍ରିକ୍ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ୧୦୨ଟି କେନ୍ଦ୍ରରେ ୭୭୬୬ ଜଣ ଓ ମଧ୍ୟମା ପରୀକ୍ଷା ୫୨ଟି କେନ୍ଦ୍ରରେ ୩୭୯୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ତେବେ ତିନୋଟିଯାକ ପରୀକ୍ଷାର ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ପାଇଁ ୩୦ଟି ଜିଲାରେ ୩୧୪ ନୋଡାଲ କେନ୍ଦ୍ର କରାଯାଇଛି। ସେଥିମଧ୍ୟରେ ପୋଲିସ ଥାନାରେ ୨୧ଟି ନୋଡାଲ କେନ୍ଦ୍ର ଓ ବିଟ୍ ହାଉସ୍ରେ ଗୋଟିଏ କେନ୍ଦ୍ର କରାଯାଇଛି।