ଲିସିୟମ +୨ ଆବାସିକ ବିଦ୍ୟାଳୟରେ ଛାତ୍ର ମୃତ

ଯାଜପୁର ଟାଉନ: ଯାଜପୁର ସହରରେ ଥିବା ଲିସିୟମ ଘରୋଇ +୨ ଆବାସିକ ବିଦ୍ୟାଳୟରେ ସମରକୋର୍ସ କରୁଥିବା ଜଣେ ଛାତ୍ରଙ୍କ ମୃତୁ୍ୟ ଘଟିଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି । ଅଭିଯୋଗ ଭିତିରେ ପୁଲିସ ମାମଲା ରୁଜୁ କରିଛି । ଖବର ମତେ ଯାଜପୁର ସହରରେ ଥିବା ଲିସିୟମ +୨ ଆବାସିକ ବିଦ୍ୟାଳୟରେ ସାନଦୋଗଡା ଗ୍ରାମର ପ୍ରସନ୍ନ କୁମାର ରାଉତଙ୍କ ପୁଅ ଓମ୍ ପ୍ରକାଶ (୧୫)+୨ ବିଜ୍ଞାନ ବିଭାଗରେ ସମରକୋର୍ସ କରିବା ପାଇଁଁ ଗତ ୧୨ତାରିଖ ଦିନ ନାମ ଲେଖାଇଥିଲେ । ଗୁରୁବାର ଉକ୍ତ ଆବାସିକ ବିଦ୍ୟାଳୟରୁ ଓମ୍ ପ୍ରକାଶଙ୍କ ବାପାଙ୍କ ଫୋନ୍କୁ ଏକ କଲ୍ ଯାଇଥିଲା । ବାପାଙ୍କ କହିବା କଥା ତାଙ୍କୁ ତୁମ ପୁଅର ଦେହ ଅବସ୍ଥା ଭଲନାହିଁ, ଆମେ ମେଡିକାଲ ନେଇକି ଯାଉଛୁ ତୁମେ ସେଠାକୁ ଆସବୋଲି ଫୋନ୍କଲ୍ ପାଇବା ପରେ ସେ ମେଡିକାଲରେ ପହଁଚି ଥିଲେ । ହେଲେ ସେ ଦେଖିବାକୁ ପାଇଲେ ଯେ ତାଙ୍କ ପୁଅର ମୃତୁ୍ୟ ଘଟିଛି । ଘଟଣାକୁ ନେଇ ମୃତ ଛାତ୍ରର ବାପା ପ୍ରସନ୍ନ ରାଉତ ଯାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ତାଙ୍କ ପୁଅକୁ ଉକ୍ତ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଓ କର୍ମଚାରୀ ମିଳିତଭାବେ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠାତା ଛାତ୍ର ଜଣକ ଶାରୀରିକ ଭିନ୍ନକ୍ଷମ ଥିବା ବେଳେ ତାଙ୍କର ଦେହ ଅସୁସ୍ଥ ଥିଲା । ୧୭ ତାରିଖ ଦିନ ଠାରୁ ବିଦ୍ୟାଳୟରେ ସମରକୋର୍ସ ଆରମ୍ଭ କରାଯାଇଥିବା ବେଳେ ମୃତ ଛାତ୍ରଜଣକ ପାଖାପାଖି ୧୦ଦିନ ଧରି ହଷ୍ଟେଲ୍ରେ ରହିଥିଲା । ଇତି ମଧ୍ୟରେ ଛାତ୍ର ଜଣକର ନାକରୁ ରକ୍ତ ପଡିବାରୁ ତାଙ୍କ ପରିବାର ଲୋକେ ତାକୁ ନେଇ ଡାକ୍ତର ଖାନାରେ ଚିକିତ୍ସିତ କରାଇଥିଲେ । ଦିନେ ଦୁଇ ଦିନ ହେବ ପୁନର୍ବାର ହଷ୍ଟେଲ୍କୁ ଆଣିଥିଲେ । ଗୁରୁବାର ସକାଳୁ ଛାତ୍ର ଜଣକ ଜଳଖିଆ କରି କ୍ଲାସ୍ ମଧ୍ୟ କରିଥିଲେ । ମାତ୍ର ଦିବା ୧୧ଘଟିକା ସମୟରେ ଛାତ୍ରଜଣକ ହଷ୍ଟେଲ୍ର ଗାଧୁଆଘରକୁ ଶୌଚ ପାଇଁ ଯାଇଥିବା ବେଳେ ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଛାତ୍ରଜଣକୁ ଚିକିତ୍ସା ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ଯାଜପୁର ଥାନା ଅଧିକାରୀ ମୃତ ଛାତ୍ରର ବାପାଙ୍କ ଅଭିଯୋଗ ଆଧାର କରି ଥାନା କେସ୍ ନଂ୧୫୦/୨୫ ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ପ୍ରଦାନ କରିଛନ୍ତି ।