ମଣ୍ଡଳସ୍ତରୀୟ ବିଜ୍ଞାନ ଓ ବାଲ୍ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନ

 ଯାଜପୁର ଶିକ୍ଷା ମଣ୍ଡଳରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ମଣ୍ଡଳସ୍ତରୀୟ ବିଜ୍ଞାନ ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଯାଜପୁର ବ୍ଲକ ଅନ୍ତର୍ଗତ ସୁଜନପୁର ପଞ୍ଚାୟତର ରୁଦ୍ରଚରଣ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସୁଧାଂଶୁ ଭୂଷଣ ରାଉତଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାଥମିକ ସ୍ତରରେ ୮୨ଟି ପ୍ରକଳ୍ପ ଓ ମାଧ୍ୟମିକ ସ୍ତରରେ ୪୦ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ଜ୍ଞାନବିଜ୍ଞାନ ପ୍ରଦର୍ଶନୀରେ ଯାଜପୁର ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହାଦ୍ୱାରା ଛାତ୍ରଛାତ୍ରୀ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିପାରିବେ ବୋଲି ଉସôବର ଅତିଥି ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ନିର୍ମଳ ଚନ୍ଦ୍ର ଜେନା ପ୍ରକାଶ କରିଥିଲେ । ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଚିତରଞ୍ଜନ ସାମଲ, ମନୋଜ କୁମାର ମହାପାତ୍ର, ମ୍ୟୁନିସପାଲ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ହେମନ୍ତ କୁମାର ସାହୁ, ସ୍ଥିତିପ୍ରଜ୍ଞା ମିଶ୍ର ଏନଏସ ଶୁଭଶ୍ରୀ ଉକôଳିକା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସରୋଜ କୁମାର ବେହେରା ଧନ୍ୟବାଦ ଦେଇଥିଲେ । ସିଆରସିସି ପ୍ରକାଶ କୁମାର ପଣ୍ଡା ସଭା ପରିଚାଳନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କ୍ରୁଷ୍ଣଚନ୍ଦ୍ର ଦତଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଳା ତହସିଲ ଅଧୀନରେ ଥିବା କଳାପଥର, ବାଲି, ମୋରମ ଓ ମାଙ୍କଡ଼ା ପଥର ବହୁ ପରିମାଣରେ ଗଚ୍ଛିତ ରହିଛି । ତେବେ ଧର୍ମଶାଳା ତହସିଲ ଅଞ୍ଚଳରେ ରହିଥିବା ବହୁ ମୂଲ୍ୟବାନ କଳାପଥର ଚୋରି କାରବାର ଏବେ ଅଣାୟତ ହେବାରେ ଲାଗିଛି । କେତେ ଜଣ ପ୍ରଭାବଶାଳୀ ନିଜ ଲିଜ୍ ଏରିଆକୁ ଲାଗି ଅନ୍ୟ ଖାଦାନ ଗୁଡ଼ିକରୁ ଚୋରି କରୁଛନ୍ତି । ଯାହା ଦ୍ୱାରା କି ବଦନାମର ବୋଝ ମୁଣ୍ଡାଉଛି । କେଉଁଠି ନାଁ କେଉଁଠି ପ୍ରଶାସନର ଅବହେଳା ହେଉ କି କୋହଳ ମନଭାବହେଉ ଲିଜ କିମ୍ବା ବେଆଇନ ପଥର ଲୁଟ ଧର୍ମଶାଳାରେ ନୀତିଦିନିଆ ଘଟଣା ହେଇଯାଇଛି । କିଏ ଲିଜର ଆଳ ଦେଖାଇ ଲିଜ ଏରିଆ ବାହାରୁ ଲୁଟ କରୁଛି ତ କେଉଁଠାରେ କଳାପଥର ଭଗବାଣ୍ଟାକୁ ନେଇ ବୋମା ମାଡ଼ ହେଉଛି । ସଦ୍ୟଭାଗ ବଣ୍ଟାକୁ ନେଇ ଧର୍ମଶାଳା ଥାନା ଅଧୀନ ବାଜବାଟୀ ପାହାଡ଼ରେ ବୋମା ମାଡ଼ ହୋଇଥିଲା । ସାଧାରଣ ନିର୍ବାଚନ ପରେ କଳାପଥର ଚୋରୀ ଉପରେ ଅଙ୍କୁଶ ଲାଗିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଖଣି ମାଫିଆଙ୍କ ଦୌରାତ୍ମକ ବଢ଼ିବଢ଼ି ଚାଲିଛି । ସେହିପରି ଧର୍ମଶାଳା ତହସିଲ ଅଧିନ ରେଖିଦେଇପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ବିଛାଖଣ୍ଡି ମୌଜାର ବିଏସକ୍ୁ୍ୟନଂ ୬ଖାତା ୮୨୨ପ୍ଲଟ ୨୩୩୮ଖଣିକୁ ଲିଜ ଦିଆଯାଇଛି । ଯାହାକି ଏହି ଖଣି ଉତ୍ତୋଳନ କରିବାକୁ ଅନୁମତି ମିଳିଥିଲେ ମଧ୍ୟ ନିୟମକୁ ଉଲ୍ଲଙ୍ଘନ କରିଚାଲିଛନ୍ତି । ଅନୁମତି ଠାରୁ ଅଧିକ ଉତୋଳନ ହେଉଛି ବୋଲି ଅଭିଯୋଗ ହେଉଛି । ନିୟମର ଖଣି ମୁହଁରେ ସୂଚନା ଫଳକ ଲାଗିଥିବା ଦେଖିବାକୁ ମିଳିଥିଲେ ମଧ୍ୟ ଅନ୍ୟ ନିୟମ ପାଳନ କରାଯାଉନାହିଁ । ନିୟମରେ ଚତୃପାର୍ଶ୍ୱ ପିଲାର ପୋଷ୍ଟିଙ୍ଗ ହୋଇନଥିବା ଦେଖିବାକୁ ମିଳିଛି । ଜିପିଏସ କ୍ୟାମେରା ଲାଗିବାର ନିୟମ ରହିଥିଲେ ମଧ୍ୟ ତାହା ଏଠାରେ କାର୍ଯ୍ୟକାରୀ କରାଯାଉନାହିଁ । ଏଣୁ ଏହା ସାଧାରଣରେ ସନେ୍ଦହ ସୃଷ୍ଟି କରୁଛି । ଲିଜ ନେଇଥିବା ଲିଜଧାରୀ ନିଜସ୍ୱ ଖଣିରୁ ପଥର ଉତ୍ତୋଳନ ନକରି ଅଣଲିଜରୁ ଶହ ଶହ ଟ୍ରିପ ପଥର ଉତ୍ତୋଳନ କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଖଣି ଅନୁମତି ବେଳେ ଡିଡିଏମଙ୍କ କାର୍ଯ୍ୟାଳୟର କିଛି ନିୟମ ରହିଛି । ମାଇନିଙ୍ଗ ମ୍ୟାନେଜର ନିଯୁକ୍ତି ଏବଂ ଧାନବାଦରୁ ବ୍ଲାଷ୍ଟିଙ୍ଗ ଅନୁମତି ଆଣିବା ନିତ୍ୟାନ୍ତ ଆବଶ୍ୟକ ନିୟମ ରହିଛି । କିନ୍ତୁ ଏଠାରେ ନିଯୁକ୍ତି କରାଯାଇନାହିଁ । କିନ୍ତୁ ଖଣି ଦିନରାତି ହିଟାଚି ମେସିନ ଏବଂ ହାଇୱାରେ କାମ ଚାଲିଛି । ପ୍ରତ୍ୟେକ ଦିନ ବ୍ଲାଷ୍ଟିଙ୍ଗ କରାଯାଉଛି କିପରି ବୋଲି ପ୍ରଶ୍ନ ଉଠୁଛି । ଲିଜ ଏରିଆ ବାହାରୁ ପଥର ଉତ୍ତୋଳନ କରି ବେଶ ମୁନାଫା କାମଉଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର । କୋଟିକୋଟି ଟଙ୍କାର କଳାପଥର ବିନା ଟ୍ରାଂଜିଟ ପାସ (ଟିପି)ରେ ଖଣିରୁ ପଥର ଉତ୍ତୋଳନ କରାଯାଇ ପାଖରେ ଥିବା ନିଜସ୍ୱ ମେଗା କ୍ରସରକୁ ପରିବହନ କରାଯାଉଛି । କ୍ରସରରେ ରାତାରାତି ପଥର ଚୁରାଯାଇ ଚିପ୍ସି ବାହାର କରାଯାଇ ଚଢା ଦରରେ ବିଭିନ୍ନ ସ୍ଥାନକୁ ପରିବହନ କରାଯାଉଛି । ବିଛାଖଣ୍ଡି ମୌଜାରେ ସମସ୍ତ କ୍ରସର ବନ୍ଦ ରହିଥିବା ସ୍ଥଳେ ଏହା କିପରି ଏବଂ କାହା ନିଦେ୍ର୍ଦଶରେ ଚାଲୁଛି ତାହା ତାହା ସମସ୍ତଙ୍କୁ ଚକିତ କରିଛି । ଏସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ଉପନିଦେ୍ର୍ଦଶକ ଜୟପ୍ରକାଶ ନାୟକଙ୍କୁ ପଚରାଯିବାରୁ ସେ ଖଣି ଅଫିସରଙ୍କୁ ପଚାରନ୍ତୁ ବୋଲି କହିଥିଲେ । ଖଣି ଅଫିସର ଯଶକେତନ ସେଠୀଙ୍କୁ ଫୋନ ଯୋଗେ ଗୋଗାଯୋଗ କରିଥିଲେ ସେ ଫୋନ ଉଠାଇ ନଥିଲେ । ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।