ଏକା ରାତିକେ ୬ ସ୍ଥାନରୁ ଚୋରି
ଧର୍ମଶାଳା : ବୁଧବାର ରାତିରେ ଦେଓଦା ପଞ୍ଚାୟତରେ ଛଅ ଗୋଟି ସ୍ଥାନରୁ ଚୋରି ହୋଇଛି । ଏଥି ମଧ୍ୟରୁ ଚାରୋଟି ଅଞ୍ଚଳ ଧର୍ମଶାଳା ଥାନା ଅଧୀନରେ ଆସୁଥିବା ବେଳେ ଦୁଇଟି ଅଞ୍ଚଳ ବ୍ରହ୍ମବରଦା ଥାନା ଅଧୀନରେ ଆସୁଛି । ସୂଚନା ମୁତାବକ ଏହି ଗାଁର ପରମାନନ୍ଦ ପଣ୍ଡା ଝିଅ ବାହାଘର ପାଇଁ ଜିନିଷପତ୍ର କିଣି ରଖିଥିବା ବେଳେ ତାଙ୍କ ଘର ଗ୍ରିଲ ଭାଙ୍ଗି କେହି ଦୁର୍ବୃତ୍ତ ରୁମ୍ ଗୁଡ଼ିକୁ ବହାରୁ ବନ୍ଦ କରି ଦେଇଥିଲେ କିନ୍ତୁ ଅନ୍ୟ ଏକ ରୁମରେ ଶୋଇଥିବା ୧୨ବର୍ଷର ପିଲା ଉଠିଯିବା କାରଣରୁ ତାକୁ ଛୁରୀ ଦେଖାଇ ଲୁଗା ଓ ଅନ୍ୟାନ୍ୟ ଜିନିଷ ପତ୍ର ନେଇ ଖସି ଯାଇଥିଲେ । ପରେ ସେହି ଗ୍ରାମର ଭୀମ ଭାରତୀ ଘର କବାଟ ଭାଙ୍ଗିବା ବେଳେ ଘର ଲୋକେ ଉଠି ଯିବାରୁ ସେଠାରୁ ଦୁର୍ବୃତମାନେ ଚାଲି ଯାଇଥିଲେ । ଦୁର୍ବୃତମାନେ ଏହି ଗ୍ରାମର ବଳରାମ ଖିଲାରଙ୍କ ଘରେ ପଶି ତାଙ୍କର ମୋବାଇଲ ଓ ଅନ୍ୟ ଦାମୀ ଜିନିଷପତ୍ର ନେଇଯାଇଥିବା ଅଭିଯୋଗ କରିଛନ୍ତି । ସେହିପରି ଗ୍ରାମର ମଦନ ନନ୍ଦ ଘରେ ପଶି ପାଞ୍ଚ ଭରିରୁ ଅଧିକ ସୁନା ଓ ପଚାଶ ହଜାର ରୁ ଉଦ୍ଧ୍ୱର୍ ଟଙ୍କା ନେଇଯାଇ ଥିବା ସେ ଅଭିଯୋଗ କହିଛନ୍ତି । ପରେ ଏହି ପଞ୍ଚାୟତ ନାଳକୁଳ ଗ୍ରାମରେ ଦୁଇ ଜଣଙ୍କ ଘରେ ପଶି ଚୋରମାନେ କଳା କନା ବୁଲାଇଥିବା ଜଣାପଡିଛି । ଘଟଣା ପରେ ରାତି ଅଧରେ ଧର୍ମଶାଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି । ଗୋଟିଏ ରାତିରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଛଅ ଗୋଟି ସ୍ଥାନରେ ଚୋରି ହେବାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ର ବାତାବରଣ ସୃଷ୍ଟି ହୋଇଛି । ଘଟଣାକୁ ନେଇ ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି ଯେ ପୁଲିସ ପକ୍ଷରୁ ବାରମ୍ୱାର ପେଟ୍ରିଲିଂ କରାଯାଉଛି ରାତି ଅଧରେ ଯାହା ଉପରେ ସନେ୍ଦହ ହେଉଛି ପୁଲିସ ତାକୁ ଅଟକ ରଖି ପଚରା ଉଚରା କରୁଛି ।